Tuesday , December 6 2022
Home / ବିଶେଷ / ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ ଗୁଳି ମାଡ଼ କରି ତାଙ୍କଠାରୁ ସୁନାଚେନ୍ ଲୁଟି ନେଇଛନ୍ତି ।  ଏହି ଗୁଳିମାଡ଼ରେ ଯୁବକ ଜଣକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଥିଲା, ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୁଳିର ଶିକାର ହୋଇଥିବା ଯୁବକ ଜଣକ ସୁରେଶ ମହାରଣା(୩୮) ବୋଲି ଜଣାପଡ଼ିଛି । ସମ୍ପୃକ୍ତ ୩ ଜଣ ଯୁବକ ସୁରେଶଙ୍କ ଉପରକୁ ତିନି ରାଉଣ୍ଡ ଗୁଳିମାଡ଼ କରିଥିବାର ସୂଚନା ମିଳିଛି । ପରେ ପୋଲିସ୍ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.