ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଯାତାୟତ ବନ୍ଦ ରହିବ । ଭୁବନେଶ୍ୱର ପଟୁ କଟକ ଆଡ଼କୁ ଯାଉଥିବା ସମସ୍ତ ପ୍ରକାର ଯାନ ବାହାନ କାଠଯୋଡ଼ି ମଝିପୋଲ ଦେଇ ଯାଇ ପାରିବେ ଏବଂ ଯେଉଁ ୨ କିମ୍ବା ୪ ଚକିଆ ଗାଡ଼ି ଗୁଡ଼ିକ ଜଗତପୁର କିମ୍ବା ଚଣ୍ଡିଖୋଲ ଆଡ଼କୁ ଯିବାକୁ ଚାହିଁବେ , ସେହି ଗାଡ଼ି ଗୁଡ଼ିକ ସହର ମଧ୍ୟ ଦେଇ ଯାଇଥିବା ରାସ୍ତାରେ ନଯାଇ ମଣି ମନ୍ଦିର ଓଭରବ୍ରିଜ୍ ଠାରୁ ବାମ ମୋଡ଼ ଦେଇ ମଧୁପାଟଣା ଫ୍ଲାୟଓଭର ବ୍ରିଜ୍ ଉପର ଦେଇ ଯାଇ ପାରିବେ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପି୍ରୟଦର୍ଶୀ ଜଣାଇଛନ୍ତି । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ୨୦୦୩ଧାରା ୨୮ ଓ ପୋଲିସ କମିଶନରେଟ୍ ଭୁବନେଶ୍ୱର- କଟକ ଟ୍ରାଫିକ ଓ ପବ୍ଲିକ୍ ଅର୍ଡ଼ର ୨୦୦୮ ଧାରା ୩୬ ଅନୁସାରେ ସର୍ବ ସାଧାରଣଙ୍କ ଯାତାୟତ ନିମନ୍ତେ ଏହି କଟକଣା ଲାଗୁ କରାଯାଉଛି ଯେ ଯାତୀୟ ରାଜପଥ ପ୍ରାଧିକରଣ , ଭୁବନେଶ୍ୱର , ବାମ ପାଶ୍ୱର୍ ରେ ଥିବା କାଠଯୋଡ଼ି ପୋଲର ମରାମତି ନିମନ୍ତେ ଆଜି ଠାରୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ପୋଲ ଉପରେ ସମସ୍ତ ପ୍ରକାର ଯାନ ବାହାନ ଯାତାୟତ ବନ୍ଦ ରହିବ । ଓଡ଼ିଶା ସମାଚାର
Home / ବିଶେଷ / କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ