Wednesday , December 8 2021
Home / ବିଶେଷ / ଓଡିଶା ନଦୀ ସୁରକ୍ଷା ସମିତି ବୈଠକ

ଓଡିଶା ନଦୀ ସୁରକ୍ଷା ସମିତି ବୈଠକ

ଚୌଦ୍ୱାର, ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ନଦୀ ସୁରକ୍ଷା ସମିତି କଟକ ଜିଲ୍ଲାର ଏକ ବୈଠକ  କପାଳେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜ୍ଞାନେନ୍ଦ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନଦୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ୱର ସାହୁ,ଅଶୋକ କୁମାର ରଥ,ସଜ୍ଜନ କୁମାର ଶର୍ମା,ହୃଷିକେଶ ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ନଦୀର ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । ମହାନଦୀ ଓ ଶାଖା ନଦୀ ଗୁଡିକରୁ ଚୋରା ବାଲିଚାଲାଣ,କଳକାରଖାନା ମାନଙ୍କରୁ ନିର୍ଗତ ବର୍ଜ୍ୟଜଳ ନଦୀକୁ ଦୁଷିତ କରୁଥିବା ଓ ଏହାକୁ କିଭଳି ବନ୍ଦ କରାଯିବ ସେନେଇ ଆଲୋଚନା କରାଯିବା ସହିତ କଟକ ଜିଲ୍ଲାରେ ଥିବା ସମସ୍ତ ନଦୀକୁ କିଭଳି ପ୍ରଦୂଷଣମୁକ୍ତ ଓସୁରକ୍ଷିତ ରଖା ଯାଇ ପାରିବ ସେ ବିଷୟରେ ବିସ୍ତ୍ରୃତ ଆଲୋଚନା  କରାଯାଇଥିଲା ।ଜିଲ୍ଲା ପରିଷଦ ସଦସ୍ୟ  ଚିତରଞ୍ଜନ ମିଶ୍ର, ସଂଞ୍ଜୀବ ରଣା, କ୍ଷୀରୋଦ୍ ଚନ୍ଦ୍ର ଦଳାଇ, ବନ୍ଧୁ ଚରଣ ସାହୁ, ଶିବଦତ ବାରିକ, ସତ୍ୟବାଦୀ ଚଇନୀ, ହଂସ ଚରଣ ସାହୁ, ଗଣେଷ ଚନ୍ଦ୍ର ବେହେରା, ଧୀରଞ୍ଜନ ସିଂ, ସଞ୍ଜୟ ମହାରଣା, ଉଦୟ ପରିଡା,ସଞ୍ଜୟ ଜେନା, ଅଭୟ ସ୍ୱାଇଁ ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣକରିଥିଲେ  । ଜିଲ୍ଲା ପ୍ରତିନିଧ୍ô ରମେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *