Tuesday , September 28 2021
Breaking News
Home / ବିଶେଷ / ସୂଚନା ଅଧିକାର କର୍ମୀ ତଥା ସାମ୍ବାଦିକ ଙ୍କୁ ହତ୍ୟା ଧମକ

ସୂଚନା ଅଧିକାର କର୍ମୀ ତଥା ସାମ୍ବାଦିକ ଙ୍କୁ ହତ୍ୟା ଧମକ

କଟକ ୦୩/୦୮/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଙ୍କ କାର୍ୟ୍ୟାଳୟ ରେ ।କଟକ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କୁ ସାଇକେଲ, ସେଫ୍ଟି କିଟ୍ ଓ କୋଭିଡ଼ ଆର୍ଥିକ ସହାୟତା ରାଶି ବଣ୍ଟନରେ ଅନିୟମିତତା ନେଇ ସୂଚନାଅଧିକାର କର୍ମୀ ଜିତେନ୍ଦ୍ର ସାହୁ କଟକଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଜନସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ ।ସଂପୂର୍ଣ୍ଣ ତଥ୍ୟ ନମିଳିବାରୁ ସୂଚନା କମିଶନଙ୍କୁ ଅଭିଯୋଗ କରିବା ସହ ଦ୍ଵିତୀୟ ଅପିଲ କରିଛନ୍ତି । ମାତ୍ର ଯେଉଁ ସୂଚନା ମିଳିଥôଲା ସେହି ସୂଚନାରୁ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିଛି।ଏହା ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ୨୦୧୯ନିର୍ବାଚନ ପୁର୍ବରୁ ନିର୍ମାଣ ଶ୍ରମିକଙ୍କୁ ସାଇକେଲ, ସେଫ୍ଟି କିଟ୍ ବଣ୍ଟନରେ ବ୍ୟାପକ ଦୁର୍ନୀତି ଯୋଗୁଁ ଅଧିକାରୀ ସଂପୂର୍ଣ୍ଣ ତଥ୍ୟ ଦେଇନଥିବା ଏବଂ ସେହି ଟେଣ୍ଡରରେ ଯୋଗାଣସଂସ୍ଥାର ସମସ୍ତ ତଥ୍ୟ,ବିଲ ଭାଉଚର, ରସିଦ,ଅଡିଟ୍ ରିପୋର୍ଟ ଜାଣିବାପାଇଁ ୨ଟି ଆରଟିଆଇ ଆବେଦନ କରିବାପାଇଁ ଶ୍ରମ କାର୍ୟ୍ୟାଳୟକୁ ଯାଇଥିଲେ ।ଆବେଦନ କରିସାରିବା ପରେ ସେହି କାର୍ୟ୍ୟାଳୟରେ ଥିବା ୮ ରୁ ୧୦ଜଣ କାର୍ୟ୍ୟାଳୟର ଗୋଟିଏ ଘରକୁ ଡାକିନେଇ ଆରଟିଆଇ ନମାଗିବା ପାଇଁ ଧମକ ଦେବାସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ, ହତ୍ୟାଧମକ ଏବଂ ମିଥ୍ୟା ମହିଳା, ଅନୁସୂଚିତ ଜାତି ଜନଜାତି ମାମଲାରେ ଫସାଇ କେସ ଦେବାକୁ ଧମକ ମଧ୍ୟ ଦେଇଛନ୍ତି ।ଜିତେନ୍ଦ୍ର ସାହୁ ଲୁକ୍କାୟିତ ଭାବେ ମୋବାଇଲରେ ଭିଡିଓ କରିଥିଲେ ।ଠେଙ୍ଗାରେ ଜୀବନରୁ ମାରିଦେବା ପାଇଁ ଉତ୍ୟକ୍ତ ହେବା ସହ ଆଉ ଆରଟିଆଇ ମାଗିଲେ ଜୀଵନରୁ ମାରିଦେବା କୁ ଧମକ ଦେବାରୁ ଜିତେନ୍ଦ୍ର ବିଭାଗୀୟ ଅଧିକାରୀ ବନମାଳୀ ମହାପାତ୍ରଙ୍କୁ ଜଣାଇବା ସହ ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଳାଇ ଆସିଥିଲେ । ଧମକ ଦେଇଥିବା ସମୟର ଭିଡିଓ ଥାନା ଅଧିକାରୀଙ୍କୁ ଦେଇ ଆଇନଗତ କାର୍ୟ୍ୟାନୁଷ୍ଠାନ ସହ ନିଜର ଓ ପରିବାର ସୁରକ୍ଷା ପାଇଁ ଅଧିକାରୀଙ୍କୁ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ।ନିର୍ମାଣ ଶ୍ରମିକଙ୍କ ନାମରେ ସରକାର ଅନେକ ଯୋଜନା କରିଥିଲେ ସୁଦ୍ଧା ପ୍ରକୃତ ହିତାଧିକାରୀଙ୍କୁ ସୁଫଳ ମିଳୁନଥିବା ଦେଖାଦେଇଛି। ଯାହାକି ସୂଚନାଅଧିକାର ଆଇନର ତଥ୍ୟରୂ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିଛି । କାର୍ୟ୍ୟାଳୟ ପରିସରରେ ସୂଚନାଅଧିକାର କର୍ମୀ ତଥା ସାମ୍ବାଦିକଙ୍କୁ ହତ୍ୟାଧମକ ଦେବା ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *