Tuesday , September 28 2021
Breaking News
Home / କ୍ରୀଡ଼ା / ପୂର୍ବତନ ଫୁଟବଲ ଖେଳାଳୀ ପ୍ରକାଶ ମିଶ୍ରଙ୍କ ବିୟୋଗ ରେ ଶୋକସଭା

ପୂର୍ବତନ ଫୁଟବଲ ଖେଳାଳୀ ପ୍ରକାଶ ମିଶ୍ରଙ୍କ ବିୟୋଗ ରେ ଶୋକସଭା

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଚାକିରୀ ରୁ ଅବସର ନେବାର ମାସକ ପରେ ଅର୍ଥାତ ଜୁଲାଇ ୩୧ ତାରିଖ ରେ ପାରାଦୀପ ବନ୍ଦର ର ଅବସରପ୍ରାପ୍ର ଲୋକ ସଂପର୍କ ଅଧିକାରୀ ତଥା ପୂର୍ବତନ ଫୁଟବଲ୍ ଖେଳାଳି ପ୍ରକାଶ ଚନ୍ଦର ମିଶ୍ରଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେବ କର୍କଟ ରୋଗ ରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ । ସେ ପାରାଦୀପ ବନ୍ଦର ର ଜଣେ ଦକ୍ଷ ଫୁଟବଲ୍ ଖେଳାଳୀ (ଗୋଲକିପର) ଭାବେ ପାରାଦୀପ ବନ୍ଦର କୁ ବହୁ ସୁନାମ ଆଣି ଦେବା ରେ ସୁଖ୍ୟାତି ଅର୍ଜନ କରିଥିଲେ । ସେ ଜଣେ ସଫଳ କ୍ରୀଡାବିତ୍, ଅମାୟିକ ଓ ମେଳାପି ବ୍ୟକ୍ତତ୍ୱ ପାଇଁ ସାରା ଓଡିଶା ର ଖେଳ ଜଗତ ରେ ଅତ୍ୟନ୍ତ ପରିଚିତ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ରେ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଗୋପବନ୍ଧୁ କ୍ରୀଡା ସଂସଦ ପକ୍ଷରୁ ସମସ୍ତ କୋଭିଡ ନିୟମ ଅନୁଶୀଳନ ପୂର୍ବକ ଏକ ଶୋକ ସଭା ଆୟୋଜିତ ହୋଇଥିଲା । ଏଥିରେ କ୍ରୀଡା ସଂସଦର ସଭାପତି ଧର୍ମେନ୍ଦ୍ର ନାଥ ସୋନ୍ଧି, କାର୍ଯକାରୀ ସଭାପତି ଡା. ଦୂର୍ଗାପ୍ରସାଦ ସେଠୀ, କ୍ରୀଡା ଉପଦେଷ୍ଟା ରବିନ୍ଦ୍ର କୁମାର ଦାସ, ସଂପାଦକ ରଂଜନ ରଶ୍ମି ବେଉରା, କ୍ରିକେଟ୍ ପ୍ରଶିକ୍ଷକ ଜର୍ଜ ପଲ୍ ରବିନସନ୍, କଲ୍ୟାଣ ଅଧିକାରୀ ନିରୋଜ ପଟ୍ଟନାୟକ, ଇଂ. ମାନସ ସେଠୀ, ବରିଷ୍ଠ କ୍ରୀଡାବିତ୍ କୃଷ୍ଣ ଚନ୍ଦ୍ର ମାଝୀ, ଅର୍ଜୁନ କୁମା ବେହେରା, ନିରଂଜନ ସ୍ୱାଇଁ ଙ୍କ ସମେତ ବହୁ କ୍ରୀଡା ପ୍ରେମୀ ଓ କ୍ରୀଡାବିତ୍ ମାନେ ଯୋଗ ଦେଇ  ଅମର ଆତ୍ମା ର ସଦଗତି କାମନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *