Tuesday , September 28 2021
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର ମନୋଜ ବେହେରା (୩୪ବର୍ଷ) ନାମକ ଯୁବକ ତାର ଜଣେ ସମ୍ପର୍କୀୟ କୈଳାସ ବେହେରାଙ୍କ ସହିତ ମଟର ସାଇକେଲରେ ଆସୁଥିବା ବେଳେ ନୀଳାଚଳ ବଜାର ଟ୍ରକ ସାଇଡ୍ ମାରିବାରୁ ଅନ୍ୟ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାରାଦ୍ୱୀପ ଅଠରବାଙ୍କୀ ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ମନୋଜ ବେହେରା ଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଜଣେ ସୁସ୍ଥ ଥିବା ଜଣାପଡିଛି । ମୃତକ ପାରାଦୀପ ଇଫକୋ ରେଲୱ ସାଇଡ୍ ରେ ସାର ବୋଝେଇ ଓ ଖଲାସ କାର୍ଯ୍ୟ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ, ଏବଂ ଉଭୟେଏକ ଶ୍ରମିକ ୟୁନିୟନ ର ସଭ୍ୟ ଥିଲା । ତେଣୁ କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା ରେ ମୃତ ଶ୍ରମିକ ର ଶବ କୁ ଆଣି ଜଗତସିଂହପୁର ଜିଲ୍ଲାର ବାଉରିଆପାଳନ୍ଦା  ନିକଟରେ ଥିବା ଇଫକୋ ରେଲୱେ ସାଇଡରେ ଶବ ରଖି କ୍ଷତିପୂରଣ ଦାବି କରଛନ୍ତି ଏବଂ ସାର ପରିବହନ ବାଧାପ୍ରାପ୍ତ ହୋଇଛି । ବର୍ତମାନ ଚାଷ ସମୟରେ ସାର ର ଜରୁରୀ ଆବଶ୍ୟକ ଥିଲା ବେଳେ ସାର ପରିବହନ ବନ୍ଦ କରିବା କେତେ ଦୂର ଯଥାର୍ଥ ସେ ନେଇ ସାଧାରଣ ରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ଟ୍ରେଡ ୟୁନିୟନ ନାଁରେ ୟୁନିୟନ ଟ୍ରେଡ ହେଉଛି ବୋଲି ଅଭିଯୋଗ ହେଉଛି ।  ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *