Friday , June 2 2023
Breaking News
Home / ରାଜନୀତି / ସାଲେପୁର ବ୍ଲକ ପରିସରରେ   ଦୁଇ ରାଜନୈତିକ ଗୋଷ୍ଠୀ  ମଧ୍ୟରେ ଧସ୍ତାଧସ୍ତି : ପୋଲିସ ମୁତୟନ

ସାଲେପୁର ବ୍ଲକ ପରିସରରେ   ଦୁଇ ରାଜନୈତିକ ଗୋଷ୍ଠୀ  ମଧ୍ୟରେ ଧସ୍ତାଧସ୍ତି : ପୋଲିସ ମୁତୟନ

ସାଲେପୁର, ୦୩/୦୮/୨୦୨୧ (ଓଡିଶା ସମାଚାର / ଅଭୟ ଜେନା )- ସାଲେପୁର ବ୍ଲକ୍ କାର୍ୟ୍ୟାଳୟ ପରିସରରେ ଦୁଇ ରାଜନୀତିକ ଦଳ  ବିଜେଡି ଓ ବିଜେପି ସମର୍ଥକ ଙ୍କ ମଧ୍ୟରେ  ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୩୦ ତାରିଖ ଦିନ ସାମାନ୍ୟ ବଚସାକୁ ନେଇ ଉଭୟ ରାଜନୀତିକ ଦଳସମର୍ଥକ ଙ୍କ  ମଧ୍ୟରେ ବଚସା ହୋଇଥିଲା। ପରେ ଦୁଇ ଗୋଷ୍ଟୀ ପକ୍ଷରୁ ଥାନାରେ ମାମଲା ହୋଇଥିଲା। ଏହି ଘଟଣାକୁ ୨ଦିନ ବିତି ଯାଇଥିଲେ ମଧ୍ୟ ସୋମବାର ସାଲେପୁର ବ୍ଳକ ପରିସରରେ ପୋଲିସ ଉପସ୍ଥିତିରେ ଦୁଇ ଦଳ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା କିଛି ସମୟ ଚାଲିବା ପରେ ପୋଲିସ ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ ପାଟିତୁଣ୍ଡ କମିଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ଝଗଡ଼ା ପଞ୍ଚାୟତ ନିର୍ବାଚନ ଆଡ଼କୁ ଆଙ୍ଗୁଳି  ଦର୍ଶାଉଛିବୋଲି ଚର୍ଚ୍ଚା ଜୋରଧରିଛି । ଓଡିଶା ସମାଚାର

Leave a Reply

Your email address will not be published.