Saturday , April 1 2023
Breaking News
Home / ବିଶେଷ / ସଂଗ୍ରାମୀ ଅରୁଣ ଦେ ଙ୍କୁ ଶ୍ରଦ୍ଧାଂଜଳୀ

ସଂଗ୍ରାମୀ ଅରୁଣ ଦେ ଙ୍କୁ ଶ୍ରଦ୍ଧାଂଜଳୀ

ଗରଦପୁର ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ରାଜନିତିର ଜଣେ ଧୁରିଣ ରାଜନେତା ତଥା ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ରାଜନେତା ଅରୁଣ ଦେ ଙ୍କର ପରଲୋକ ହୋଇ ଯାଇଛି । ତାଙ୍କ ଅବର୍ତମାନରେ ଆଜି ଗରଦପୁର ବ୍ଲକ୍ ମଧୁବାବୁ ପାଠାଗାର ପରିସରରେ ଏକ ସ୍ମୃତି ଚାରଣ ସଭା ହୋଇଥିଲା । ପାଠାଗାରର ସଭାପତି ତଥା ସାମ୍ବାଦକ ନବଘନ ନାୟକ ସ୍ୱର୍ଗତ ଅରୁଣ ଦେ ଙ୍କ ସଂଗ୍ରାମୀ ଜୀବନର ଅନେକ ଅେଙ୍ଗଲିଭା ଅନୁଭୂତି ଅବତାରଣା କରି ତାଙ୍କ ସ୍ମୃତି ଚାଣ କରିବା ସହିତ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ବିଶେଷ କରି ମାର୍ଶାଘାଇ ବ୍ଲକ୍ ର ଚେୟାରମ୍ୟାନ୍ ଥିବାବେଳେ ଭୁବନେଶ୍ୱର ବିଧାନସଭା ନିକଟସ୍ଥ ଅରୁଣ ଦେ ଙ୍କ ସରକାରୀ ବାସ ଭବନରେ ଅରୁଣ ଦେ ଙ୍କ ସହିତ ଅନେକ ଦିନ ସାଥି ହୋଇ ରହିଥିଲେ । ଅରୁଣ ଦେ ଙ୍କୁ ଅତି ନିକଟରୁ ଜାଣିଥିବା କହି ଆଜିର ଯୁବ ପିଢ଼ୀ ଅରୁଣ ଦେ ଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ନାୟକ ସ୍ମୃତି ଚାଣ କରି କହିଥିଲେ । ଏଥିରେ ପାଠାଗାର ସମ୍ପାଦକ ତଥା ଶିକ୍ଷକ ନେତା ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି , ପ୍ରାଧ୍ୟାପକ ନୀରୋଦ କୁମାର ଦାସ,ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ, ସମାଜସେବୀ ଅରୁଣ ପଣ୍ଡା, ଲେଖକ ନରୋତମ ପରିଡ଼ା,ବିପ୍ଳବୀ କବି ଶିତାକାନ୍ତ ନାୟକ, ଗୀତିକବି କୁଂଜ ବିହାରୀ ପାଣି,ଯୋଗ ଗୁରୁ ଦେବ କୁମାର ପାଣି ପ୍ରମୁଖ ଅମର ଆତ୍ମାର ସଦଗତି କାମନା କରିବା ସହିତ ସ୍ୱର୍ଗତ ଦେ ଙ୍କ ଜୀବନ ଓଡ଼ିଶା ଲୋକଙ୍କ ପାଇଁ ଏକ ଖୋଲା ବହିଥିଲା ବୋଲି ମତ ପୋଷଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.