Friday , September 29 2023
Breaking News
Home / ରାଜନୀତି / ଷ୍ଟାଫ ସିଲେକସନ ଦୁର୍ନୀତି ବିରୁଦ୍ଧରେ   ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ଷ୍ଟାଫ ସିଲେକସନ ଦୁର୍ନୀତି ବିରୁଦ୍ଧରେ   ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ସାଲେପୁର , ୦୩ /୦୮/୨୧ (ଓଡିଶା ସମାଚାର/ ଅଭୟ ଜେନା )- ଆଜି ସାଲେପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଷ୍ଟାଫ ସିଲେକସନ ରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରି  ସାଲେପୁର ସାହେଶ୍ୱରୀ ମିନ୍ଦିର ନିକଟରୁ  ବିକ୍ଷୋଭ ଶୋଭାଯାତ୍ରା ବାହାରି  ମୁଖ୍ୟ ବଜାର  ପରିକ୍ରମା କରିଥିଲା  । ବିଜେପି ଯୁବମୋର୍ଚା କର୍ମୀମାନେ   ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା  ଦାହକରିଥିଲେ । ଷ୍ଟାଫ ସିଲେକସନ ପ୍ରକ୍ରିୟା ରେ ବ୍ୟାପକ  ଦୃନୀତି ଦର୍ଶାଇ ଯୋଗ୍ୟତା ନଥିବା ବ୍ୟକ୍ତି ଙ୍କୁ ଅର୍ଥ ନେଇ ଚାକିରୀ ଦେବାସହ ବିଜେଡି ସରକାର କୁ ଦାୟୀ କରି ବିଭିନ୍ନ ସ୍ଲୋଗାନ ଦେଇ ଥିଲେ। ଏଥିରେ ଯୁବମୋର୍ଚା ର ଜ୍ଞାନ ପଣ୍ଡା,ସ୍ୱପ୍ନଜିତ ମହାପାତ୍ର,ସୁଜିତ କୁମାର ମହାରଣା,ସତୀଶ କୁମାର ରାଉତ,ସୌମ୍ୟ ରଂଜନ ପରିଡା,ରୁଦ୍ର ପ୍ରସାଦ ମିଶ୍ର,ସନ୍ତୋଷ ଭୂୟାଁ ପ୍ରମୁଖ ଯୋଗଦେଇ ବିଜେଡି ସରକାର ବିରୁଦ୍ଧ ରେ ପ୍ରତିବାଦ କରିଥିଲେ । ଓଡିଶା ସମାଚାର

Leave a Reply

Your email address will not be published. Required fields are marked *