Monday , September 25 2023
Breaking News
Home / ବିଶେଷ / ବେଡ଼ାରୀ ପଂଚାୟତ ଏସଏଚଜି ମହିଳା ମହାସଂଘ ୨ୟ ଥର ପାଇଁ ସ୍ଥଗିତ

ବେଡ଼ାରୀ ପଂଚାୟତ ଏସଏଚଜି ମହିଳା ମହାସଂଘ ୨ୟ ଥର ପାଇଁ ସ୍ଥଗିତ

ଗରଦପୁର ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ବେଡ଼ାରୀ ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମହାସଂଘ ଗଠନ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଫସର ଫାଟିଲା । ପଂଚାୟତର ମହିଳା ମହାସଂଘ କର୍ମକର୍ତା ଚୟନ ପାଇଁ ପଂଚାୟତ ସଭା ଗୃହରେ ବ୍ଲକ୍ ମିଶନ ଶକ୍ତି ତରଫରୁ ଏକ ବୈଠକ ଆହ୍ୱାନ କରାଯାଇଥିଲା । ଏଥିରେ ପଂଚାୟତରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ଶତାଧିକ ମହିଳା ଯୋଗ ଦେଇଥିଲେ । ମହାସଂଘର ସଭାପତି ଓ ସମ୍ପାଦକ ଚୟନ ପାଇଁ ଖୋଲା ମତଦାନ କରିବା ପାଇଁ ବ୍ଲକ୍ ମିଶନ ଶକ୍ତି ତରଫରୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ଉପସ୍ଥିତ ଥିବା ଶତାଧିକ ମହିଳା ଘୋର ବିରୋଧ କରିଥିଲେ । କର୍ମକର୍ତା ଚୟନ ଗୁପ୍ତ ଭୋଟ ମାଧ୍ୟମରେ କରାଯିବାକୁ ସେମାନେ ଦୃଢ଼ ଦାବି କରିଥିଲେ । ବ୍ଲକ୍ ମିଶନ ଶକ୍ତି ତରଫରୁ ମହିଳା ମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ଜଣେ ମହିଳା ପ୍ରାର୍ଥୀଙ୍କୁ ମୁକ୍ତ ଭୋଟରେ ସମର୍ଥନ ଦେବା ପ୍ରସ୍ତାବକୁ ମହିଳାମାନେ ସହଜରେ ଗ୍ରହଣ କରିପାରିନଥିଲେ । କର୍ମକର୍ତା ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଆମ୍ବିଧାନିକ ଭାବେ କରିବାର ଚକ୍ରାନ୍ତ ହୋଇଥିବାରୁ ସେମାନେ ଘୋର ଆପତି କରି ସରକାରୀ ବିରୋଧି ସ୍ଲୋଗାନ ଦେଇ ବିଭିନ୍ନ ନାରାବାଜି କରିଥିଲେ । ବ୍ଲକ୍ ରୁ ଯାଇଥିବା ମିଶନ ଶକ୍ତି କର୍ମକର୍ତା ଙ୍କ ଗାଡ଼ି ସମ୍ମୁଖରେ ବସି ରହିଥିଲେ । ଫଳରେ ମହାସଂଘ କର୍ମକର୍ତା ଚୟନ ୨ୟ ବାର ପାଇଁ ବନ୍ଦ ରହିଲା ବୋଲି ଘୋଷଣା କରି ମିଶନ ଶକ୍ତିର କର୍ମକର୍ତା ଫେରିଯାଇଥିଲେ । ପୂର୍ବରୁ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଇ କର୍ମକର୍ତା ଚୟନ ହୋଇ ପାରିନଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *