Sunday , March 26 2023
Breaking News
Home / ତାଜା ଖବର / ପାଇକା ନଦୀରେ ଭାସୁଥିବା ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର 

ପାଇକା ନଦୀରେ ଭାସୁଥିବା ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର 

ଗରଦପୁର ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ପଂଚାୟତର କୁସୁନୁପୁରା ଓ ନରଡ଼ା ଗାଁ ମଧ୍ୟରେ ପାଇକା ନଦୀ କୂଳରେ ଏକ ଅଚିହ୍ନା ଯୁବକ ଙ୍କ ମୃତ ଦେହ ଭାସୁଥିବା ଖବର ପାଇ ସରପଂଚ ଅନୁଜ କୁମାର ମହାନ୍ତି ପାଟକୁରା ଥାନାକୁ ଖବର ଦେଇଥିଲେ । ଖବର ପାଇ ପାଟକୁରା ଥାନା ଆଇଆଇସି ସୁଜିତ କୁମାର ପ୍ରଧାନ ସେଠାରେ ପହଂଚି ନଦୀରେ ଭାସୁଥିବା ମୃତ ଯୁବକଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ପଠାଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.