କଟକ / ଭୁବନେଶ୍ୱର, ୦୩/୦୮/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଜି କମିଶନରେଟ ପୋଲିସ (କଟକ-ଭୁବନେଶ୍ୱର) ରେ କିଛି ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି। ବିଜ୍ଞପ୍ତିି ଅନୁସାରେ ଅନିଲ କୁମାର ମିଶ୍ର ଙ୍କୁ କଟକ ର ନୂତନ ଅତିରିକ୍ତ ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ସଞ୍ଜୀବ ଶତପଥୀ ଙ୍କୁ ଏସିପି, ଭୁବନେଶ୍ୱର ଜୋନ୍ – ୫ , ତାପସ ପ୍ରଧାନ ଙ୍କୁ ଏସିପି, କଟକ ଜୋନ୍– ୩ ,ଶଶିକାନ୍ତ ରାଉତ ଙ୍କୁ ଥାନା ଅଧିକାରୀ, ଚାଉଳିଆଗଞ୍ଜ, କଟକ , ଆକାଶ ରାଣା ଙ୍କୁ ଥାନା ଅଧିକାରୀ, ବାରଙ୍ଗ, କଟକ, ଯତୀନ୍ଦ୍ର କୁମାର ସେଠୀ ଙ୍କୁ ଥାନା ଅଧିକାରୀ, ପୁରିଘାଟ, କଟକ , କିଶୋର ଚନ୍ଦ୍ର ପ୍ରଧାନ ଙ୍କୁ ଥାନା ଅଧିକାରୀ, ଟାଉନ ଟ୍ରାଫିକ, କଟକ , ମନୋଜ ରୋଶନ ବିଲୁଙ୍ଗ ଙ୍କୁ ଥାନା ଅଧିକାରୀ, ଟ୍ରାଫିକ ଫୁଲାନଖରା, କଟକ ,ପ୍ରଦୀପ କୁମାର ରାଉତ ଙ୍କୁ ଭୁବନେଶ୍ୱର, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ , ଯୁବରାଜ ସ୍ୱାଇଁ ଙ୍କୁ ଭୁବନେଶ୍ୱର, ବାଲିଅନ୍ତା ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହିତ ପୁରିଘାଟ ଥାନା ଅଧିକାରୀ ରଶ୍ମୀ ରଂଜନ ସାହୁଙ୍କୁ କମିଶନରେଟ ପୋଲିସ ମୁକ୍ତ କରିଛି। ସେ ଜଗତ୍ସିଂହପୁର ଜିଲ୍ଲାର ଡିଏସପି ପିସିଆର ସେଲ ହୋଇଛନ୍ତି। ଓଡ଼ିଶା ସମାଚାର