Monday , December 6 2021
Breaking News
Home / ତାଜା ଖବର / ଓଡ଼ିଶା ରେ ଆଉ ୧୧୨୯ କରୋନା ସଂଙ୍କ୍ରମିତ ଚିହ୍ନଟ – ୬୯ ଜଣଙ୍କ ମୃତ୍ୟୁ

ଓଡ଼ିଶା ରେ ଆଉ ୧୧୨୯ କରୋନା ସଂଙ୍କ୍ରମିତ ଚିହ୍ନଟ – ୬୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୧୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୭ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୪୭୨ ଜଣ ସ୍ଥାନୀୟ ସଂକ୍ରମିତ । ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୫ଜଣ, ବାଲେଶ୍ୱର ଜିଲ୍ଲାରୁ ୭୨ଜଣ, ବରଗଡ଼ ଜିଲ୍ଲାରୁ ୩ଜଣ, ଭଦ୍ରକ ଜିଲ୍ଲାରୁ ୬୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୪ଜଣ, ବୌଦ୍ଧ ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୧୩୫ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାରୁ ୨ଜଣ, ଜଗତସିଂହପୁର ଜିଲ୍ଲାରୁ ୬୩ଜଣ, ଯାଜପୁର ଜିଲ୍ଲାରୁ ୪୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬ଜଣ, କଳାହାଣ୍ଡି ଜିଲ୍ଲାରୁ ୧ଜଣ, କନ୍ଧମାଳ ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୬ଜଣ, କେନ୍ଦୁଝର ଜିଲ୍ଲାରୁ ୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୮୮ଜଣ, କୋରାପୁଟ ଜିଲ୍ଲାରୁ ୨ଜଣ, ମାଲାକାନଗିରି ଜିଲ୍ଲାରୁ ୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୫ଜଣ, ନୟାଗଡ଼ ଜିଲ୍ଲାରୁ ୨୦ଜଣ, ନୂଆପଡ଼ା ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ୪୮ଜଣ, ରାୟଗଡ଼ା ଜିଲ୍ଲାରୁ ୬ଜଣ, ସମ୍ବଲପୁର ଜିଲ୍ଲାରୁ ଜଣେ, ସୋନପୁର ଜିଲ୍ଲାରୁ ୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ, ଷ୍ଟେଟ ପୁଲ୍ ରୁ ୭୬ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୦୮୬୬ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୨୩, କଟକରୁ ୯, ପୁରୀରୁ ୭, କେନ୍ଦ୍ରାପଡାରୁ ୬, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜରୁ ୩ ଜଣ ଲେଖାଏଁ, ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୦୮୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୬୦୩୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ମୃତ୍ୟୁ ସଂଖ୍ୟା ୬୧୦୨ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂଙ୍କ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୧୪୩୨୫ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୬୨୨୩୯୨୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।ଓଡ଼ିଶା ସମାଚାର

About admin

Check Also

ଅର୍ଦ୍ଧଦଗ୍ଧ ଅଜଣା ମୃତଦେହ ଉଦ୍ଧାର

କଟକ ,୦୪/୧୨/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ପୁରିଘାଟ ଥାନା ଅନ୍ତର୍ଗତ ଗଣେଷଘାଟ ଘାଟ ଗଡାରେ ମିଳିଲା ଏକ ଅର୍ଦ୍ଧଦଗ୍ଧ …

Leave a Reply

Your email address will not be published. Required fields are marked *