ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ସହର ରେ ରହିଛି ଦୁଇଗୋଟି ବୃହତ ସାର ଉତ୍ପାଦନକାରୀ ସଂସ୍ଥା । ପିପିଏଲ୍ ଓ ଇଫକୋ ସାର କାରଖାନା ରେ ସାର ତିଆରି ନିମନ୍ତେ ବ୍ୟବହାର ହୋଇଥାଏ ଆମୋନିଆ ଗ୍ୟାସ । ଯାହାକି ମୁଖ୍ୟତଃ ବିଦେଶରୁ ଆମଦାନୀ ହୋଇଥାଏ । ଜାହାଜ ଯୋଗେ ଏହି ଆମୋନିଆ ଗ୍ୟାସ ଆସିଥାଏ, ଏହା ଏକ ସ୍ୱତନ୍ତ୍ର ପାଇପଲାଇନ୍ ଜାହାଜରୁ କାରଖାନା ମଧ୍ୟ କୁ ଯାଇଥାଏ । ବେଳେବେଳେ ଏହି ଆମୋନିଆ ଗ୍ୟାସ୍ ଲିକ୍ ହୋଇଥାଏ । ଆମୋନିଆ ଗ୍ୟାସ୍ ଲିକ୍ ହେଲେ ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ରେ କଷ୍ଟ ଅନୁଭବ କରିଥାନ୍ତି । ପାଇପଲାଇନ୍ ରେ ଯଦି ଆମୋନିଆ ଗ୍ୟାସ୍ ଲିକ୍ ହୁଏ ତେବେ ତାକୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ସଂପର୍କ ରେ ଏକ ଅଫ୍ ସାଇଡ୍ ଡିଜାଷ୍ଟର ମକ୍ ଡ୍ରିଲ୍ ମଙ୍ଗଳବାର ଦିନ ଅପରାହ୍ନ ରେ ଇଫକୋ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଅୟୋଜନ କରିଥିଲେ । ପାରାଦୀପ ର ଅଠରବାଙ୍କୀ ରୁ ନେହେରୁ ବଙ୍ଗଳା ରାସ୍ତା ରେ ଥିବା ଇଫକୋ ର ବେଲ୍ଟଲାଇନ୍ ନିକଟରେ ଥିବା ଆମେନିଆ ପାଇପ୍ ଲାଇନ୍ ରେଏହି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା । ଏହି ଆମୋନିଆ ପାଇପ୍ ଲାଇନ୍ ରେ ଆମୋନିଆ ଗ୍ୟାସ୍ ରୁ ଲିକ୍ ହୋଇଥିଲା । ପାରାଦୀପ ବନ୍ଦର, ଇଫକୋ, ପିପିଏଲ୍,ଆଇଓସିଏଲ୍, ଏନଡିଆରଏଫ୍,ରାଜ୍ୟ ଅଗ୍ନିଶମ ବାହିନୀ ବାହିନୀ ଜବାନ୍ ଓ ଦମକଳ ଗାଡି , ଆମ୍ବୁଲାନ୍ସ ଘଟଣାସ୍ଥଳ ରେ ପହଂଚିଥିଲେ । ଗ୍ୟାସ୍ ରେ ପିଡୀତ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଯାଇଥିଲା । ଏହି ସବୁ ଡ୍ରିଲ୍ କୁ ସଠିକ୍ ଭାବେ ପରିଚାଳନା କରାଯାଇଥିଲା । ଏହା ପରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ପାରାଦୀପ ର ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧିର,ଇଫକୋ ର ୟୁନିଟ୍ ହେଡ୍ ତଥା ନିର୍ବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ୍, ଆସିଷ୍ଟାଂଟ ଡାଇରେକ୍ଟର ଫ୍ୟାକ୍ଟ୍ରି ଆଣ୍ଡ ବୟଲର ଚନ୍ଦ୍ରକାନ୍ତ ଦଳେଇ, ଏନଡିଆରଏଫ୍ ର କମାଣ୍ଡା ବର୍ଦ୍ଧମାନ ମିଶ୍ର, ସିଆଇଏସଏଫ ର କମାଣ୍ଡା ଅକ୍ଷତ ପଟେଲ୍,ରାଜ୍ୟ ପ୍ରଦୂଷଣ ବୋର୍ଡ ର ସ୍ଥାନୀୟ ଅଧିକାରୀ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗ ଦେଇ ଆକଷ୍ମିକ ଭାବେ ଆମୋନିଆ ଗ୍ୟାସ୍ ଲିକ୍ ହେଲେ କିପରି ରୋକାଯାଇ ପାରିବ ସେ ସଂପର୍କ ରେ ତଥ୍ୟ ପ୍ରଦାନ କରିଥିଲେ । ପାରାଦୀପ ବନ୍ଦର, ପିପିଏଲ୍,ଆଇଓସିଏଲ୍, ଏଚ୍ ପି ସିଏଲ୍,ବିପିସିଏଲ୍ , ଆର୍ସେଲର ନିପ୍ପନ ଷ୍ଟିଲ ର ପ୍ରତିନିଧି ଙ୍କ ସମେତ ଅଧିକାରୀ ଓ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ ବୋଲି ଇଫକୋ ର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର