କୋକସରା,୦୩/୦୮/୨୦୨୧(ଓଡ଼ିଶା ସମାଚାର)- କଳାହାଣ୍ଡିଜିଲା କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରେ ଘାଇ ସୃଷ୍ଟି ହୋଇଥିଲା ।ରବିବାର ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରରୁବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀଙ୍କ ସମେତ ଇନ୍ଦ୍ରାବତୀ ଓ ଏଲଏଣ୍ଡ ଟି ଠିକା ସଂସ୍ଥା ଅଧିକାରୀପହଂଚି ସ୍ଥିତି ଅନୁଡଧ୍ୟାନ କରିଛନ୍ତି । କେଉଁ କାରଣରୁ କେନାଲ ହୁଡା ଭାଙ୍ଗିଲା ତାହା ଉପରେ ତଦନ୍ତକରି ଫେରିଛନ୍ତି । ଭୁବନେଶ୍ୱରରୁ ଆସିଥିବା ଅଧିକାରୀ ଇଂଟରନାଲ ଇଞ୍ଜିନିୟର ଇନ୍ ଚିଫ୍ ସଚିବ ଭିଜିଲାନ୍ସ ଅସିମ କୁମାର ମହାପାତ୍ର, ଚିଫ୍ ଇଞ୍ଜିନିୟର କ୍ୱାଲିଟି କଂଟ୍ରୋଲ ବ୍ରଜ ପରିଡା,ଅତିରିକ୍ତ ଚିଫ୍ ଇଞ୍ଜିନିୟର ଇନ୍ଦ୍ରାବତୀ ବିଭୁ ଚରଣ ମିଶ୍ର, ଅତିରିକ୍ତ ଚିଫ୍ ଇଞ୍ଜିନିୟର ୫ଟି ନୋଡାଲଅଧିକାରୀ ପଦ୍ମନାଭ ପଣ୍ଡା, ମେଗାଲିଫ୍ଟ କେନାଲ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପାତ୍ର ପ୍ରମୁଖ ଭାଙ୍ଗିଥିବା ଘାଇ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ଅଂଚଳ ମଧ୍ୟ ବୁଲି ଦେଖିଥିଲେ । ୨ଦିନ ମଧ୍ୟରେ କେନାଲ ଘାଇ ମରାମତି କରି କେନାଲରେ ପାଣି ଛାଡିବା ପ୍ରକ୍ରିୟା ସ୍ୱାଭାବିକ କରିବା ନେଇ ସୂଚନା ଦେଇଛନ୍ତି । କେନାଲହୁଡା ଭାଙ୍ଗିବା ପଛରେ କାରଣ ଖୋଜିବା ସହ ଯେଉଁ ଅଧିକାରୀ ଦାୟିତ୍ୱରେ ଅବହେଳା କରିଛନ୍ତି ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର