Tuesday , October 3 2023
Breaking News
Home / ବିଶେଷ / ଅବସରକାଳୀନ ସମ୍ବର୍ଦ୍ଧନା

ଅବସରକାଳୀନ ସମ୍ବର୍ଦ୍ଧନା

ଗରଦପୁର ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବନ୍ତଳାସ୍ଥିତ ପଂଚାୟତ ହାଇସ୍କୁଲ ର ଅବସରପ୍ରାପ୍ତ ୪ର୍ଥ ଶ୍ରେଣୀ କର୍ମଚାରୀ ଅଭୟ କୁମାର ରାଉଳ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ଉତ୍ସବରେ ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା ଯୋଗଦେଇ ବିଦାୟୀ କର୍ମଚାରୀଙ୍କୁ ଉତରୀୟ, ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ , ପଣ୍ଡÿିତ ସାରଦା ପ୍ରସାଦ ଶତପଥି , ଅଶୋକ କୁମାର ପରିଡ଼ା,ବିଭୁତି ଭୁଷଣ ସ୍ୱାଇଁ, ମନୋଜ ମହାନ୍ତି, କବି ପ୍ରଭାତ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରକ୍ଷିତ ନାୟକ,କୈଳାଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *