Monday , September 25 2023
Breaking News
Home / ବିଶେଷ / ସାଲେପୁର ବିଦ୍ୟୁତ ଡିଭିଜନ ରେ ନୂତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ସାଲେପୁର ବିଦ୍ୟୁତ ଡିଭିଜନ ରେ ନୂତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ସାଲେପୁର,୦୨/୦୮/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ବିଦ୍ୟୁତ ଡିଭିଜନ କାର୍ୟ୍ୟାଳୟ ପରିସରରେ  ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ଅତ୍ୟାଧୁନିକ ଗ୍ରାହକ ସେବାକେନ୍ଦ୍ର ଓ ଅଭିଯୋଗ ପ୍ରକୋଷ୍ଠକୁ ବିଧାୟକ ପ୍ରଶାନ୍ତ କୁମାର ବେହେରା ଉଦଘାଟନ କରିଛନ୍ତି। ଏହି ଗ୍ରାହକ ସେବାକେନ୍ଦ୍ର ରେ ଉପଭୋକ୍ତାମାନେ  ଅନଲାଇନ ଓ ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ  ରେ ବିଦ୍ୟୁତ ବିଲ ଜମା କରିପାରିବେ। ଏ ସଂକ୍ରାନ୍ତ ରେ ସାଲେପୁର ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ଜେନା ସୂଚନା ଦେଇ କହିଛନ୍ତି ଯେ ଏଭଳି ବ୍ୟବସ୍ଥା ଦ୍ୱାରା ସାଲେପୁର ଡିଭିଜନ ର ମାହାଙ୍ଗା,ସାଲେପୁର ଓ ନିଶ୍ଚିନ୍ତକୋଇଲି ସବଡିଭିଜନ  ର ୧୦ଟି ବିଦ୍ୟୁତ ସେକ୍ସନ ର ଉପଭୋକ୍ତାମାନେ ଉପକୃତ ହୋଇପାରିବେ।ଏହି କାର୍ୟ୍ୟକ୍ରମ ରେ ଟାଟାପାୱାର ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *