ନିରାକାରପୁର, ୦୨/୦୮/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ଅନୁଷ୍ଠାନ ତରଫରୁ ରବିବାର ସେବାରେ ରାମେଶ୍ୱର ପଂଚାୟତ ପଦ୍ମପୁରସ୍ଥିତ ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କୁ ସରକାରୀ କୋଭିଡ଼ ନିୟମ ଅନୁଯାୟୀ ଖାଦ୍ୟ ଓ ମାସ୍କ ବଂଟନ କରାଯିବା ସହ କରୋନା ସଂପର୍କରେ ଏକ ସଚେତନତା ସୃଷ୍ଟି କରାଯାଇଥିଲା । ସହଯୋଗ ଅନୁଷ୍ଠାନର ସକ୍ରିୟ ସଭ୍ୟ ତଥା ସେଂଟ ଜାଭିୟର ବିଦ୍ୟାଳୟ ଶିକ୍ଷକ ଅଭିଲାଶ ସ୍ୱାଇଁଙ୍କ ସହାୟତାରେ ଏହି ସେବାକୁ ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳୀ ନାୟକ ଅତିଥିଭାବେ ଯୋଗଦେଇ ଆରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହଯୋଗ ସକ୍ରିୟ ସଭ୍ୟ ଯୁବ ସମାଜସେବୀ ପ୍ରଭାତ କୁମାର ସ୍ୱାଇଁ, ଅବସରପ୍ରାପ୍ତ ସେନା କର୍ମଚାରୀ ମହେଶ୍ୱର ବେହେରା, ଶିକ୍ଷକ ରନôାକର ଜୟସିଂହ, ସାମ୍ବାଦିକ ଲଛମନ ନାୟକ, ଅଧ୍ୟାପକ ମନମୋହନ ନାୟକ, ସାମ୍ବାଦିକ ଶ୍ୟାମସୁନ୍ଦର ନାୟକ, ଦେବାଶିଷ ବିଶ୍ୱଭୂଷଣ ପାହାଡ଼ାସିଂହ, ଶିକ୍ଷକ ଯୁଧିଷ୍ଠିର ଜଗଦ୍ଧେବ ଓ ବିଶ୍ୱ ଜୀବନ କର୍ମକର୍ତା ଅକ୍ଷୟ କୁମାର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ୨୩ ଜଣ ଅନ୍ତେବାସୀଙ୍କୁ ଏହି ଅବସରରେ ଅତିଥିମାନେ ପାଉଁରୁଟି,ବିସ୍କୁଟ, କ୍ଷୀର, ମୁଢି ପ୍ୟାକେଟ, ପାଣି ବୋତଲ ଓ ମାସ୍କ ବଂଟନ କରାଯାଇଥିଲା । ଅତିଥି ଶ୍ରୀମତୀ ନାୟକ ଅନ୍ତେବାସୀଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିବା ସହ ସହଯୋଗ ଅନୁଷ୍ଠାନର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗର ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର