Friday , September 22 2023
Breaking News
Home / ବିଶେଷ / ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ

କନ୍ଧମାଳ,୦୨/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଲୁଟେରା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ । ପ୍ରଶାନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ ଜଣାଶୁଣା ବ୍ୟବସାୟୀ ତଥା ପୁର୍ବତନ ରୋଟାରୀ ସଭାପତି ଙ୍କ ଘରୁ ଲୁଟ୍ ହୋଇଛି । ସୂଚନାଯୋଗ୍ୟଯେ, ରବିବାର ସନ୍ଧ୍ୟାରେ ବ୍ୟବସାୟୀ ପ୍ରଶାନ୍ତ ଙ୍କ ପୁଅ ଓ ବୋହୁ ସମସ୍ତେ ବ୍ରହ୍ମପୁର ଯାଇଥିଲେ । ବ୍ୟବସାୟୀ ପ୍ରଶାନ୍ତ ଏକୁଟିଆ ଘରେ ଥିବା ସମୟରେ ରାତି ପ୍ରାୟ ୧୦ଟା ସମୟରେ ତିନିଜଣ ଦୁର୍ବୁତ୍ତ  ହଠାତ ଘରକୁ ପଶିଯାଇ ପ୍ରଶାନ୍ତ ଏକୁଟିଆ ଥିବାର ସୁଯୋଗ ନେଇ ବନ୍ଧୁକ ରେ ପ୍ରଶାନ୍ତ ଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ । ତାଙ୍କର ହାତକୁ ଧରି ଟଙ୍କା ପଇସା କୋଉଠି ଅଛି ପଚାରିଥିଲେ । ପ୍ରଶାନ୍ତ ଭୟରେ ସବୁ କହିଦେଇଥିଲେ । ତିନିଜଣ ଦୁର୍ବୁତ୍ତ ଆଲମିରାର ଲକର ଭାଙ୍ଗି ପାଖାପାଖି ୫୦ ତୁଳା ସୁନା ଓ ଲକ୍ଷାଧିକ ଟଙ୍କା ନେଇ ଚାଲିଯାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ  ବ୍ୟବସାୟୀ ପ୍ରଶାନ୍ତ ପାଣିଗ୍ରାହୀ ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଟାଉନ୍ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି ପ୍ରମୁଖ ପହଁଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି । ଓଡିଶା ସମାଚାର

Leave a Reply

Your email address will not be published. Required fields are marked *