ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କର ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେଲା ରାଜଧାନୀର ଏକ ହସପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବାଲେଶ୍ବର ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅରୁଣ ଗତ ବର୍ଷ ବିଜେଡ଼ିକୁ ଫେରିଥିଲେ । ୭୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଓଡ଼ିଶା ସମାଚାର
