ପାରାଦୀପ ୦୨/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ମନସା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ରବିବାର ଦିନ ନିଆରା ଢଙ୍ଗ ରେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ କରାଯାଇଛି । ଟ୍ରଷ୍ଟ ର ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ସମେତ ସଦସ୍ୟମାନେ ରବିବାର ଦିନ ପୂର୍ବାହ୍ନ ରେ ପାରାଦୀପ ବାଲିଝରା ର ସନ୍ତୋଷୀ ନଗର ରେ ଥିବା ମା ସନ୍ତୋଷୀ ଜରା ନିବାସ ରେ ପହଂଚିଥିଲେ । ଜରାନିବାସ ର ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା । ଚାରିଆଡେ ମହାମାରୀ କରୋନା ର ଭୟାବହତା ଚାଲିଥିବା ବେଳେ ଏଭଳି ସମୟ ରେ ଟ୍ରଷ୍ଟ ର ସଦସ୍ୟମାନେ ଜରାନିବାସ ର ଅନ୍ତେବାସୀମାନଙ୍କ ସହିତ ଦିନ ଟିଏ ରହି ସେମାନଙ୍କ ସୁଖଦୁଖ ରେ ସହଭାଗିତା ହୋଇଛନ୍ତି । ଏଥି ନିମନ୍ତେ ଅନ୍ତେବାସୀମାନେ ଟ୍ରଷ୍ଟ ର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ସମାଚାର