Monday , December 6 2021
Breaking News
Home / ବିଶେଷ / ଜିଲ୍ଲା ବିଜେପି ସମ୍ପାଦକ ପ୍ରଜେସ ଙ୍କୁ ମରଣାନ୍ତକ ଆକ୍ରମଣ

ଜିଲ୍ଲା ବିଜେପି ସମ୍ପାଦକ ପ୍ରଜେସ ଙ୍କୁ ମରଣାନ୍ତକ ଆକ୍ରମଣ

ଗରଦପୁର ୦୨/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବିଜେପି ୨୪ ନଂ ଜୋନର ପ୍ରଭାରୀ ତଥା ଜିଲ୍ଲା ବିଜେପି ସମ୍ପାଦକ ପ୍ରଜେସ ନାୟକ ଙ୍କୁ କେନ୍ଦ୍ରାପଡା ଜିଲ୍ଲା ଏସପି ଅଫିସରେ କାର୍ଯ୍ୟରତ ଷ୍ଟେନୋ ସାରଦା ସମଲ ଓ ତାଙ୍କର ସହ ଯୋଗୀ ମାନେ ରବିବାର ବିଳମ୍ବିତ ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରିଥିବା ପାଟକୁରା ଥାନାରେ ଅଭିଯୋଗ ହେଇଛି । ଆହତ ପ୍ରଜେସକୁ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତିକରାଯାଇଛି ।
ଖବର ନେବାରୁ ଜଣାଯାଇଛି ଯେ ପ୍ରଜେସ ତାଙ୍କ ସାଙ୍ଗ କରିଲୋପାଟଣା ନରଣପୁର ଗ୍ରାମର ପ୍ରଦୀପ ମହାନ୍ତିଙ୍କ ସହିତ କରିଲୋପାଟଣା ଡାକ୍ତରଖାନାକୁ ତାଙ୍କର ଭାଙ୍ଗିଯାଇଥିବା ଗୋଡକୁ ପ୍ଲାଷ୍ଟର କରିବାକୁ ଯାଉଥିଲେ । ବାଟରେ ଯାଉଥିଲା ବେଳେ ଚଁଅପୁର ହାଟ ଛକର ମନୋଜ ନାୟକ ଙ୍କ ଲୁଗା ଦୋକାନ ସମ୍ମୁଖରେ ସାରଦା ସାମଲଙ୍କ ସହିତ ଅନ୍ୟ ୨ ଜଣ ସହ ଯୋଗୀ ଅନ୍ୟକାହାକୁ ଗାଳିଗୁଲଜ ପାଟିତୁଣ୍ଡ କରୁଥିବା ଶୁଣି ପ୍ରଜେସ ସେଠାରେ ଅଟକିଯାଇ ଘଟଣା ବିଷୟରେ ଜାଣିବାକୁ ଚାହିଁ ସମାଧାନ ଉଦ୍ୟମ କରୁଥିବା ବେଳେ ସାରଦା ସାମଲ ଓ ଅନ୍ୟମାନେ ହଠାତ ପ୍ରଜେସଙ୍କ ଉପରେ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ପ୍ରଜେସ ଆହାତ ହୋଇ ରାସ୍ତାରେ ପଡିଯାଇଥିଲେ । ଆହାତ ପ୍ରଜେସକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପାଟକୁରା ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତିକରିଛନ୍ତି । ଖବରପାଇ ୩ପାଟକୁରା ଥାନା ଅଧୀକାରୀ ସୁଜିତ ପ୍ରଧାନ ଓ ଏସଆଇ ଜ୍ୟାତିରଂଜନ ମହାନ୍ତି ତତକ୍ଷଣାତ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ବ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *