Saturday , December 10 2022
Home / ବିଶେଷ / ଗୁରୁପତ୍ନୀଙ୍କ ବିୟୋଗରେ ଶୋକ

ଗୁରୁପତ୍ନୀଙ୍କ ବିୟୋଗରେ ଶୋକ

ଗରଦପୁର,୦୨/୦୮/୨୦୨୧(ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ଫଜଲହକ୍ ହାଇସ୍କୁଲ ର ପ୍ରାକ୍ତନ ଶିକ୍ଷକ ସ୍ୱର୍ଗତ ଯୋଗେନ୍ଦ୍ରନାଥ ମହାନ୍ତିଙ୍କ ଧର୍ମ ପତ୍ନୀ ନୀରୋଦବାଳା ମହାନ୍ତି(ନୀରଅପା) ଙ୍କର ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ଏଏମଏସ ହସପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ହୋଇ ଭୁବନେଶ୍ୱର ଏଏମଏସ ହସପିଟାଲ ରେ ଚିକିତ୍ସାଧିନ ଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ୩ ପୁଅ ଜ୍ୟୋତିସ ଚନ୍ଦ୍ର, ବିଭୂତି ଭୁଷଣ ଓ ସୌମିତ୍ରୀ ରଂଜନ , ୫ ଝିଅ ଜ୍ୟୋତ୍ସ୍ନାମୟୀ,ପ୍ରଭାମୟୀ,ସଂଯୁକ୍ତା, ଶ୍ରଦ୍ଧାଂଜଳୀ ଓ ରଂଜିତା , ୫ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଅନୀଲ କୁମାର ମହାନ୍ତି, ପୃଥୀରାଜ ମହାନ୍ତି, ପ୍ରଭାତ କୁମାର ପଟ୍ଟନାୟକ ଓ ଅମ୍ବିକା ପ୍ରସାଦ ଦାସ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ନୀରୋଦବାଳା ଙ୍କ ମର ଶରୀରକୁ ତେଣ୍ଡାକୁଡ଼ା ଅଣାଯାଇ ବିଳମ୍ବିତ ରାତିରେ ଓସ୍ତଦଣ୍ଡା ସ୍ୱଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ପୁଅ ଜ୍ୟୋତିସଚନ୍ଦ୍ର ମୁଖ୍ୟାଗ୍ନୀ ଦେଇଥିଲେ । ସ୍ୱର୍ଗତ ନୀରୋଦବାଳା ନୀର ଅପା ଭାବେ ଅଂଚଳରେ ବେଶ୍ ଜଣାଣୁଣା । ସେ ଜଣେ ଧର୍ମ ପରାୟଣା ଓ ସ୍ନେହମୟୀ ମହିଳା । ଖୁବ୍ କମ୍ ସମୟ ମଧ୍ୟରେ ସେ ପରକୁ ଆପଣାର କରିପାରୁଥିଲେ । ତେଣୁ ତାଙ୍କୁ ଅଂଚଳରେ ପ୍ରାୟ ସମସ୍ତେ ନୀରଅପା ଭାବେ ଡ଼ାକନ୍ତି ଓ ଭଲ ପାଆନ୍ତି । ତାଙ୍କର ମୃତ୍ୟୁ ଖବର ତେଣ୍ଡାକୁଡ଼ାରେ ପହଂଚିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ନୀର ଅପାଙ୍କ ପରଲୋକ ଖବର ପାଇ ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ସରପଂଚ ରବିନ୍ଦ୍ର ମହାପାତ୍ର, ରବିନ୍ଦ୍ରନାଥ ମହାନ୍ତି, ମିର ଗୋଲାମ ଜିଲାନୀ, ଫଜଲହକ୍ ହାଇସ୍କୁଲ ପୁରାତନ ବିଦ୍ୟାର୍ଥୀ ପରିଷଦ ର ସଭାପତି ମନମୋହନ କାନୁନଗୋ, ଉପସଭାପତି ଗୌରଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ପ୍ରଫେସର ଡ଼ ସରୋଜ କୁମାର ମହାନ୍ତି, ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ ଡ଼ ଅମରେନ୍ଦ୍ରନାଥ ମହାନ୍ତି, ଡ଼ ଲିଙ୍ଗରାଜ ରଣା, ନୃସିଂହପ୍ରସାଦ ଦାସ,ଲକ୍ଷ୍ମୀକାନ୍ତ ଦାଶ, ଜିଲାପରିଷଦ ସଦସ୍ୟ ସନ୍ତାଷ ଜେନା, ଅଧ୍ୟାପକ ମଦନ ମୋହନ ଜେନା , ମାନସ ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.