Monday , December 6 2021
Breaking News
Home / ବିଶେଷ / ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ଢାବା ମାଲିକାଣି ମୃତ

ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ଢାବା ମାଲିକାଣି ମୃତ

ନୂଆପଡା, ୦୨/୦୮/୨୦୨୧(ଓଡ଼ିଶା ସମାଚାର)- ନୂଆପଡା ଜିଲ୍ଲା  ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ଆପନା ଢ଼ାବାରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି  । ସୂଚନା  ମତେ  ଦୁଇଜଣ  ଅଚିହ୍ନା  ବ୍ୟକ୍ତି ବାଇକ  ଯୋଗେ  ଆସି  ଏଭଲି  କାଣ୍ଡ କରିଥିବା ସୂଚନା  ମିଳିଛି   । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ପଛପଟେ ଥିବାବ୍ୟକ୍ତି ବିଅର ପିଇ ନିଶାସକ୍ତ ଅବସ୍ଥାରେ ବିଅର ବୋତଲ ଏବଂ ସିଗାରେଟ ପିଇ ହୋଟେଲକୁ  ଚଢି  ପ୍ରଥମେ  ଖାଇବାକୁ ମାଗିଥିଲା  । ହୋଟେଲ ମାଲିକ ଖାଇବାକୁ ଆଉ କିଛି ବର୍ତମାନ ନାହିଁ କହି ନିଜପାଇଁ ରୋଟି ତିଆରି କରୁଥିବା ସମୟରେ ହଠାତ ଗୁଲି କରିଥିବା ଜଣାପଡିଛି  । ବନ୍ଧୁକ ଗୁଳି ରେ ଢ଼ାବା  ର  ମାଲିକାଣି  ବାସନ୍ତି  ମେହେର (୫୦) ଙ୍କର ମୃତ୍ୟୁ ହୋଇିଛି  । ଗୁଳିକାଣ୍ଡହେବା ପରେ ବାସନ୍ତି ଙ୍କୁ ସାେଙ୍ଗ ସାେଙ୍ଗ ଖଡ଼ିଆଳ  ଉପଖଣ୍ଡ  ଚିକିତ୍ସାଳୟ କୁ ନିଆଯାଇଥିଲା   ।  ହେଲେ  ସେଠାରେ ଡାକ୍ତର  ବାସନ୍ତି  ଙ୍କୁ ମୃତ ଘୋଷଣା କରିଥିଲେ  ।  ଖବର  ପାଇ  ଖଡ଼ିଆଳ ପୋଲିସ  ଏସଡିପିଓ  ସନ୍ତକ  ଜେନା  ଓଖଡିଆଳ  ଆଇଆଇସି  କୈଳାସ  ଚନ୍ଦ୍ର ସେଠୀ  ଘଟଣା  ସ୍ଥଳରେ  ପହଂଚି  ତଦନ୍ତ କରୁଥିବା  ପ୍ରକାଶ  କରିଛନ୍ତି  ।  ସୂଚନା ଥାଉକି  ବାସନ୍ତୀ  ଙ୍କ  ସ୍ୱାମୀ  ଭିବିଷଣ ମେହେର , ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି  । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *