କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ଓ ନଗର କିଷାନ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା
କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକଙ୍କ ଅନୁମୋଦନ ଓ କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା ନିର୍ବଚନ ମଣ୍ଡଳୀର କଂଗ୍ରେସ ନେତା ଗଣେଶ୍ୱର ବେହେରା, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ରତିକାନ୍ତ କାନୁନଗୋ, ବିଭ୍ରାଂଶୁ ଶେଖର ଲେଙ୍କାଙ୍କ ସୁପାରିଶ କ୍ରମେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ନଗର କିଷାନ କଂଗ୍ରେସର ସଭାପତିଙ୍କ ନାମ ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା ଘୋଷଣା କରିଛନ୍ତି । ସେହି ଅନୁଯାୟୀ କେନ୍ଦ୍ରାପଡା ବ୍ଲକର କିଷାନ କଂଗ୍ରେସ ସଭାପତି ଭାବେ ଅନନ୍ତ ଚରଣ ସ୍ୱାଇଁ ଓ ସଭ୍ୟ ଭାବେ ଚୈତନ୍ୟ ପାତ୍ର, କେନ୍ଦ୍ରାପଡା ନଗର ପାଇଁ ରଞ୍ଜିତ କୁମାର ସେଠୀ ଓ ସଭ୍ୟ ଭାବେ ସୁନାକର ଦାସ, ଡେରାବିିଶ ବ୍ଲକ ପାଇଁ ଅଜୟ କୁମାର ମଲ୍ଲ ଓ ସଭ୍ୟ ଭାବେ ରଜନୀକାନ୍ତ ଦାସ, ମାର୍ଶାଘାଇ ବ୍ଲକ ପାଇଁ ପ୍ରଦିପ କୁମାର ସାହୁ ଓ ସଭ୍ୟ ଭାବେ ସୁରେଶ ଚନ୍ଦ୍ର ଭଳ, ଗରଦପୁର ବ୍ଲକ ପାଇଁ ରଞ୍ଜନ କୁମାର ପରିଡା ଓ ସଭ୍ୟ ଭାବେ ଧରଣୀଧର ପରିଡା, ମାହାକାଳପଡା ବ୍ଲକ ପାଇଁ କଳ୍ପତରୁ ପ୍ରଧାନ ଓ ସଭ୍ୟ ଭାବେ ଜ୍ୟୋତିରଞ୍ଜନ ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ପାଇଁ ନିମାଇଁ ଚରଣ କର ଓ ସଭ୍ୟ ଭାବେ ମୁକୁନ୍ଦ ପ୍ରସାଦ ଓଝା, ପଟ୍ଟାମୁଣ୍ଡାଇ ନଗର ପାଇଁ ବ୍ରଜବନ୍ଧୁ ଦାଶ ଓ ସଭ୍ୟ ଭାବେ ମଳୟ କୁମାର ଓଝା, ରାଜନଗର ବ୍ଲକ ପାଇଁ ସୁଧିର ଚନ୍ଦ୍ର ପାଲ୍ ଓ ସଭ୍ୟ ଭାବେ କପିଳାସ ସ୍ୱାଇଁ, ରାଜକନିକା ବ୍ଲକ ପାଇଁ ଦିଲ୍ଲିପ କୁମାର ବେହେରା ଓ ସଭ୍ୟ ଭାବେ ରମାକାନ୍ତ ସାହୁ ଓ ଆଳି ବ୍ଲକ ପାଇଁ ବିଜୟ କୁମାର ସାମଲ ଏବଂ ସଭ୍ୟ ଭାବେ ଉମେଶ ଚନ୍ଦ୍ର ସାମଲଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶା ସମାଚାର
Related