Tuesday , September 28 2021
Breaking News
Home / କୃଷି / ରାଜ୍ୟକୁ ମିଳୁନି ଆବଶ୍ୟକୀୟ ସାର!

ରାଜ୍ୟକୁ ମିଳୁନି ଆବଶ୍ୟକୀୟ ସାର!

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୦୧/୦୮/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟକୁ ଆବଶ୍ୟକତା ଅନୁସାରେ ସାର ଆସୁନି । ସାର ଅଭାବ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ମେଁ,ଜୁନ, ଜୁଲାଇ ମାସର ନିଅଂଟିଆ ସାର ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ଚିଠିଲେଖିଛନ୍ତି । ସେପଟେ ବିଜେଡି ସାଂସଦମାନେ ମଧ୍ୟ ଦିଲ୍ଲୀରେ ମନସୁଖ ମାଣ୍ଡଭ୍ୟଙ୍କୁ ଭେଟି ହସ୍ତକ୍ଷେପ କରିବାକୁ ସ୍ମାରକ ପତ୍ର ଦେଇଛନ୍ତି । ରାଜ୍ୟରେ ସାର ଅଭାବକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଥିବାବେଳେ ଚାଷୀ କିନ୍ତୁ ସାର ନପାଇ ଚିନ୍ତାରେ ବସିଛି । ସାର ମିଳୁନି, ଚାଷ ବାଧାପ୍ରାପ୍ତ । ଆବଶ୍ୟକତା ଅନୁସାରେ ରାଜ୍ୟକୁ ସାର ଦିଅ ।ମାସିକ କୋଟା ସହ ବକେୟା ସାର ବି ତୁରନ୍ତ ମିଳୁ । ଓଡ଼ିଶାକୁ ମେଁ, ଜୁନ, ଜୁଲାଇ ମାସରେ ନିଅଂଟିଆ ସାର ଯୋଗାଣ ନେଇ କେନ୍ଦ୍ର ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସାମଗ୍ରିକ ଭାବେ ଆବଂଟନର ୬୨% ଏବଂ ୬୯% ୟୁରିଆ ପାଇଛି । ଏହାଛଡ଼ା, ରାଜ୍ୟ ଅନ୍ୟାନ୍ୟ ସାରରୁ ମଧ୍ୟ ୬୦% ରୁ ୭୪% ପାଇଛି ।ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡିଶାରେ ୟୁରିଆ ସାରର ଅଧିକ ଆବଶ୍ୟକତା ପଡିଥାଏ । ଅନ୍ୟ ସାରର ଚାହିଦା ଜୁଲାଇରୁ ଅଗଷ୍ଟ ମାସରେ ଥାଏ । ସାର ଅଭାବ ହେଲେ ଚାଷ ପ୍ରକ୍ରିୟା ବାଧାପ୍ରାପ୍ତ ହେବ । ଏସବୁ ଦୃଷ୍ଟିରେ ରଖି ୟୁରିଆ ଓ ଅନ୍ୟାନ୍ୟ ସାର ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବିକରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ସାରଅଭାବ ପ୍ରସଙ୍ଗ ନେଇ ବିଜେଡି ସଂସଦୀୟଟିମ, କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଭେଟିଛନ୍ତି ।ସାର ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିଠି ଓ ବିଜେଡି ସାଂସଦ ମନ୍ତ୍ରୀଙ୍କୁ ଭେଟିବାପରେ କଡା ଜବାବ ରଖିଛି ବିଜେପି ।ମୋଦି ସରକାରରେ ଗତ ୩ ବର୍ଷରେ ରାଜ୍ୟକୁ ଅଧିକ ସାର ମିଳିଛି ।୨୦୨୦ରେ ଆବଶ୍ୟକତା ଠାରୁ କେନ୍ଦ୍ର ଅଧିକ ୟୁରିଆ, ଡିଏପି, ଏମଓପି ସାର ଯୋଗାଇଛନ୍ତି । ହେଲେ ରାଜ୍ୟ ସରକାର ଠିକ ଭାବରେ ଆବଂଟନ କରିପାରୁନଥିବାରୁ କଳାବଜାରି ବଢୁଛି ।ସରକାର କୃତ୍ରିମ ଅଭାବ ସୃଷ୍ଟି କରି ଅଯଥା ରାଜନିତୀ କରୁଥିବା ବିଜେପି କହିଛି ।ସେପଟେ ସାର ପ୍ରସଙ୍ଗରେ କଂଗ୍ରେସ ଉଭୟ ଦଳକୁ ଟାର୍ଗେଟ କରିଛି । ଓଡ଼ିଶା ସମାଚାର

About admin

Check Also

ଚାଷୀ ଶ୍ରମିକ ସଂଘ ପକ୍ଷରୁ ଲଘୁଚାପ ବର୍ଷାରେ ପ୍ରଭାବିତଙ୍କୁ କ୍ଷତିପୁରଣ ପାଇଁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡ଼ା,୨୫/୦୯/୨୦୨୧(ଓଡ଼ିଶା ସମାଚାର)-ଚାଷୀ ଶ୍ରମିକ ସଂଘ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଲଘୁଚାପ ବର୍ଷାରେ କେନ୍ଦ୍ରାପଡା ବ୍ଲକର ବିଶେଷ ଭାବରେ ପ୍ରଭାବିତ ହୋଇଥିବା …

Leave a Reply

Your email address will not be published. Required fields are marked *