Tuesday , September 28 2021
Breaking News
Home / ବିଶେଷ / ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି ସୁବିଧା ପାଇବେ ଛାତ୍ରଛାତ୍ରୀ । କାରଣ ଗ୍ରାମାଂଚଳରେ ପ୍ରତିଯୋଗିତା ମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ନିର୍ମାଣ ହୋଇଛି ଅତ୍ୟାଧୁନିୁକ ଥ୍ରୀ-ଡି ପାଠାଗାର । ଏପରି ପାଠାଗାର ନିର୍ମାଣ ହୋଇଛି କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କେଶପୁର ପଂଚାୟତର ଅରୁଆ କଦଳିବଣ ଉଚ୍ଚ ବିଦ୍ୟାଳୟ ପରିସରରେ । ଏହି ପାଠାଗାରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ପାଠାଗାରକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ମଧ୍ୟ କରାଯାଇଛି । ଅତ୍ୟାଧୁନିକ ବେଂଚ ଓ ଟେବୁଲ ପଡିଛି । ସେହିପରି ସବୁ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପୁ୍ୟଟରର ବ୍ୟବସ୍ଥା କରାଯାଇଛି । ଏଥିସହ ଇଂଟରନେଟ୍ ସେବା ପାଇଁ ୱାଇ ଫାଇର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଦୁ୍ୟତ ସରବରାହ ବନ୍ଦ ହୋଇଗଲେ ଭୟ କରିବାର କୌଣସି କାରଣ ନାହିଁ । କାହିଁକି ନା ଇନଭର୍ଟରର ବ୍ୟବସ୍ଥା କରାଯାଇଛି । ତେଣୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଛାତ୍ରଛାତ୍ରୀମାନେ କୌଣସି ସମସ୍ୟାରେ ସମ୍ମୁଖିନ ହେବେ ନାହିଁ ବୋଲି ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି ।

ଜିଲ୍ଲାପାଳ ଅମ୍ରିତ ଋତୁରାଜ

ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଛନ୍ତି ଯେ ୫-ଟିରେ ଯେଉଁ ୫ଟି ଲକ୍ଷ ରହିଥିଲା ସେଥି ମଧ୍ୟରୁ ଗୋଟିଏ ଲକ୍ଷ ଥିଲା ଟ୍ରାନ୍ସଫର୍ମେଶନ । ଏହାକୁ ଏଠାରେ ଅନୁସରଣ କରାଯାଇଛି । ପୂର୍ବରୁ ଘର ଥିଲା, ଏହାକୁ କେବଳ ଅତ୍ୟାଧୁନିକ ବ୍ୟବସ୍ଥାରେ ପରିପୂର୍ଣ୍ଣ କରାଯାଇଛି । ଏଥିରେ ବୁକ ସେଲ୍ଫ , ଆଇଟିସି ଲ୍ୟାବ ଓ ଏକ ଲମ୍ବା ଅଧ୍ୟୟନ ଗୃହ ମଧ୍ୟ ରହିଛି । ଗ୍ରାମାଂଚଳର ମେଧାବୀ  ଛାତ୍ରଛାତ୍ରୀମାନେ ଏହି ପାଠାଗାରର ଲାଭ ଉଠାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ଜଲ୍ଲାପାଳ କହିଛନ୍ତି । ଏହି ଅବସରରେ କେନ୍ଦ୍ରାପଡ଼ା ବିଡିଓ ଅଶ୍ୱିନି କୁମାର ଦାସ କହିଛନ୍ତି ଯେ ଏହା ଏକ ଜାତୀୟ ସ୍ତରୀୟ ପାଠାଗାର ଠାରୁ ଅଧିକ ଆଧୁନିକ ଢାଂଚାରେ ନିର୍ମାଣ ହୋଇଛି । ବିଡିଓ ଶ୍ରୀ ଦାସ କହିଛନ୍ତି ଏହି ପାଠାଗାର ପାଇଁ ଗୃହ ଥିଲା । ଏଥିରେ କମ୍ପୁ୍ୟଟର , ଶୀତତାପ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ପଂଚାୟତ ପାଣ୍ଠିରୁ ହିଁ ଏହି ଅର୍ଥ ବ୍ୟୟ ହୋଇଛି । ପଂଚାୟତ ପାଣ୍ଠିରେ ପୂର୍ବରୁ ଅର୍ଥ ଖର୍ଚ୍ଚ ନ ହୋଇ ପଡି ରହୁଥିଲା । ତେଣୁ ଜିଲ୍ଲାପାଳଙ୍କ ପରାମର୍ଶ ଅନୁଯାଇ ଛାତ୍ରଛାତ୍ର୍ରୀଙ୍କ ପାଇଁ କିଛି ନୂଆ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଥିଲା । ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ପରାମର୍ଶ ଏଥିରେ ପ୍ରତିଫଳିତ ହୋଇଛି ବୋଲି ବିଡିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ କେଶପୁର ସରପଂଚ ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡ଼ାଇ କହିଛନ୍ତି ଯେ କେନ୍ଦ୍ରାପଡ଼ା ବ୍ଲକର ଏହା ହେଉଛି ଏକ ବିରାଟ ସଫଳତା । ଏହାଦ୍ୱାରା ପଂଚାୟତର ଛାତ୍ରଛାତ୍ରୀମାନେ ବେଶ ଉପକୃତ ହୋଇ ପାରିବେ । ଏଥିସହ ଆଖାପାଖ ପଂଚାୟତ ଗୁଡିକର ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହୋଇପାରିବେ । ବର୍ତମାନ କମ୍ପୁ୍ୟଟରର ଯୁଗ ହୋଇଥିବାରୁ ପିଲାମାନେ ଏଠାରେ ଇଂଟରନେଟ୍ ରୁ ବହୁତ କିଛି ତଥ୍ୟ ସଂଗ୍ରହ କରି ଲାଭବାନ ହୋଇପାରିବେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *