Tuesday , September 28 2021
Breaking News
Home / ବିଶେଷ / ପାରାଦ୍ୱୀପ ବନ୍ଦର ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ

ପାରାଦ୍ୱୀପ ବନ୍ଦର ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ

ପାରାଦ୍ୱୀପ ୦୧/୦୮/୨୦୨୧(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ର ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ ପ୍ରକାଶ ଚନ୍ଦ୍ର ମିଶ୍ର (୬୦) ଙ୍କ ଭୁବନେଶ୍ୱର  ସ୍ଥିତ  କେୟାର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ପ୍ରତୁ୍ୟଷରେ ପରଲୋକ ଘଟିଛି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ପୁନମ ମିଶ୍ର ଉପସ୍ଥିତ ଥିଲେ । ସ୍ୱର୍ଗତ ମିଶ୍ର ଗତ ଜୁନ ମାସ ୩୦ ତାରିଖରେ ବନ୍ଦର ସେବାରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ଶୋକ ବ୍ୟକ୍ତ କରିବା ସେଙ୍ଗ ସେଙ୍ଗ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ଶ୍ରୀ ମିଶ୍ର ଙ୍କ ଦେହାନ୍ତ ରେ ଅତ୍ୟନ୍ତ ଦୁଃଖିତ ବୋଲି କହିଥିବା ବେଳେ ପୂର୍ବନ ଅଧ୍ୟକ୍ଷ ରିେଙ୍କଶ ରଏ ତାଙ୍କ ଦେହାନ୍ତରେ ସମବେଦନା ଜଣାଇବା ସହ ଶ୍ରୀ ମିଶ୍ର ଜଣେ ନିଷ୍ଠାପର, କର୍ତବ୍ୟନିଷ୍ଠ ଏବଂ ତାଙ୍କ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ ଥିଲେ ବୋଲି କହିଛନ୍ତି । ପୂନ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମିଶ୍ରଙ୍କ ପରଲୋକରେ ଶନିବାର ଦିନ ପୂର୍ବାହ୍ନ ରେ ବନ୍ଦର ଲୋକସମ୍ପର୍କ ବିଭାଗ ପ୍ରକୋଷ୍ଠରେ ବନ୍ଦର ମୁଖ୍ୟ ପ୍ରବନ୍ଧକ (ଜନସମ୍ପର୍କ) ରତିକାନ୍ତ ନାୟକ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନ୍ଦର ଇଷ୍ଟେଟ ବିଭାଗ ବରିଷ୍ଠ ସହାୟକ (ସଂପଦ)ପ୍ରବନ୍ଧକ  ବିଶ୍ୱଜିତ୍ ମିଶ୍ର, ବରିଷ୍ଠ କଲ୍ୟାଣ ଅଧିକାରୀ ଏନ୍.କେ ପଟ୍ଟନାୟକଙ୍କ ସମେତ ଲୋକସମ୍ପର୍କ ବିଭାଗ ମୁଖ୍ୟ ସହାୟକ ଏ.କେ ବେହେରାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ୩୦ ଜାନୁଆରୀ ୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମିଶ୍ର ୧୪ ମାର୍ଚ୍ଚ ୧୯୮୧ ରେ ବନ୍ଦରର ଟ୍ରାଫିକ ବିଭାଗ ରେ ଓଡ଼ିଶି ଭାବେ ଯୋଗ ଦେଇଥିଲେ । ୨୦୦୫ ମସିହା ଜୁନ୍ ୨୫ ତାରିଖରେ ସେ ପାରାଦ୍ୱୀପ ବନ୍ଦରର ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *