Monday , March 27 2023
Breaking News
Home / ଶିକ୍ଷା / ସିବିଏସଇ ଦ୍ୱାଦଶ ପରୀକ୍ଷାରେ  ଇଫକୋ ପାରାଦ୍ୱୀପ ଡିଏଭି ସ୍କୁଲ ର କୃତିତ୍ୱ

ସିବିଏସଇ ଦ୍ୱାଦଶ ପରୀକ୍ଷାରେ  ଇଫକୋ ପାରାଦ୍ୱୀପ ଡିଏଭି ସ୍କୁଲ ର କୃତିତ୍ୱ

ପାରାଦ୍ୱୀପ ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ସ୍ଥିତ ଇଫକୋ ଡିଏଭି ସ୍କୁଲର ଶତପ୍ରତିଶତ ଛାତ୍ରଛାତ୍ର୍ରୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ଦ୍ୱାରା ପରିଚାଳିତ ବାର୍ଷିକ ଦ୍ୱାଦଶ ପରୀକ୍ଷା ୨୦୨୧ ରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ସ୍କୁଲ ପାଇଁ ସଫଳତା ଆଣିଦେଇଛନ୍ତି । ଶୁକ୍ରବାର ଦିନ ପ୍ରକାଶିତ ଫଳାଫଳ ଅନୁଯାୟୀ ଇଫକୋ ଡିଏଭି ବିଦ୍ୟାଳୟର ୩୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ଜଣ ଛାତ୍ର ୯୦ ପ୍ରତିଶତ ରୁ ଅଧିକ ନମ୍ବର ରଖିଥିବା ବେଳେ କୁମାରୀ କାନନିକା ସାହୁ ଏବଂ ସ୍ନିଗ୍ଧା ଖଣ୍ଡୁଆଳ ମିଳିତ ଭାବେ ୯୫ ପ୍ରତିଶତ ନମ୍ବର ରଖି ଶୀର୍ଷରେ ରହିଛନ୍ତି । ସେହିପରି ୯୪.୮୩  ପ୍ରତିଶତ ନମ୍ବର ରଖି କୁମାରୀ ଶ୍ରଦ୍ଧା ସୁମନ ଦ୍ୱିତୀୟ ସ୍ଥାନ ରେ ରହିଥିବା ବେଳେ ୯୨.୩୩ ପ୍ରତିଶତ ନମ୍ବର ରଖି କୁମାରୀ ଇସିକା ଦଳାଇ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ସମସ୍ତ ଛାତ୍ରଛାତ୍ରୀ ହାରାହାରି ୮୩.୩୧ ପ୍ରତିଶତ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ହାସଲ ପରେ ଇଫକୋ ପାରାଦ୍ୱୀପ ୟୁନିଟର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ ସମସ୍ତ କୃତି ଛାତ୍ରଛାତ୍ରୀ, ଶିକ୍ଷକ ମାନଙ୍କ ସମେତ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାପାତ୍ର ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି  ଡିଏଭି ବିଦ୍ୟାଳୟ ଓଡିଶା ପ୍ରଥମାଂଚଳ ର ଆଂଚଳିକ ଅଧିକାରୀ ଡ.କେଶବ ଚନ୍ଦ୍ର ଶତପଥୀ ଏବଂ ଉପଅଧିକାରୀ ଡ. ସୁଜାତା ସାହୁ ସମସ୍ତ ସଫଳ ଛାତ୍ରଛାତ୍ରୀ ଭବିଷ୍ୟତର ଉତରୋତର ଉନ୍ନତି କାମନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.