Wednesday , December 8 2021
Home / ବିଶେଷ / ଶୋକ ସମ୍ବାଦ : କଳାକାରଙ୍କ ପରଲୋକ

ଶୋକ ସମ୍ବାଦ : କଳାକାରଙ୍କ ପରଲୋକ

ଗରଦପୁର, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ଗ୍ରାମର ବଳରାମ ଦେବତା (୭୭) ଙ୍କର ପରଲୋକ ହୋଇ ଯାଇଛି । ସେ ବନ୍ତଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ । ଶିକ୍ଷକତା କରିବା ସହିତ ଓଡ଼ିଶୀ ସଙ୍ଗୀତ ସାଧନା କରିଥିଲେ । ଜଣେ ସଙ୍ଗୀତ କଳାକାର ଭାବରେ ଅଂଚଳରେ ସେ ବେଶ୍ ପରିଚିତ ଥିଲେ । ଏପରିକି ସେ ରେଡ଼ିଓ କଳାକାର ଭାବରେ କଟକ ଆକାଶବାଣୀ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତ ଓ ଭଜନ ଗାନ କରୁଥିଲେ । ଚାକିରୀ ରୁ ଅବସର ଗ୍ରହଣ ପରେ ତିକନପୁରସ୍ଥିତ ନିଜ ଘରେ ରହି ସଙ୍ଗୀତ ସାଧନା ଜାରି ରଖିଥିଲେ । ଗ୍ରାମର ବିଭିନ୍ନ ସଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡ଼ିତ ଥିଲେ । ଶତାଧିକ କଳାକର୍ମୀ ଯୁବକ ଯୁବତୀ ତାଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଛନ୍ତି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କର ବାଦ୍ଧକ୍ୟ ଜନିତ ପରଲୋକ ହୋଇଛି । ତାଙ୍କର ୩ଝିଅ ୨ ପୁଅ ଅଛନ୍ତି । ବଡ଼ ପୁଅ ଦିଲିପ ମୁଖାଗ୍ନୀ ଦେଇଥିଲେ । ଚିତ୍ରୋତ୍ପଳା ନଦୀ ତଟରେ ତାଙ୍କର ସତ୍କାର କରାଯାଇଥିଲା । ତାଙ୍କ ମୃତ୍ୟୁରେ ବିଜେପି ର ବରିଷ୍ଠ ନେତା ବିଜୟ ମହାପାତ୍ର, ଶ୍ରୀ ଜଗନ୍ନାଥ ସଙ୍କୀର୍ତନ ମହାସଂଘର ସଭାପତି ନବଘନ ନାୟକ, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ର ରାଜ୍ୟ ଆବାହକ ପ୍ରବୀର ମହାନ୍ତି, ବିଧାୟିକା ସାବିତ୍ରୀ ଅଗ୍ରୱାଲା,ବିଧାୟକ ଅତନୁ ସବ୍ୟବାଚୀ ନାୟକ,ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା,ସରପଂଚ ଆରତୀ ମଲିକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *