Wednesday , October 4 2023
Breaking News
Home / ବିଶେଷ / ରାଷ୍ଟ୍ରୀୟ ସମାଜ ସେବା ରତ୍ନ ପୁରସ୍କାର-୨୦୨୧ : ସ୍ମାଇଲ୍ ଚାରିଟେବୁଲ୍ ଟ୍ରଷ୍ଟ କୁ ମିଳିଲା ଏହି ସମ୍ମାନ

ରାଷ୍ଟ୍ରୀୟ ସମାଜ ସେବା ରତ୍ନ ପୁରସ୍କାର-୨୦୨୧ : ସ୍ମାଇଲ୍ ଚାରିଟେବୁଲ୍ ଟ୍ରଷ୍ଟ କୁ ମିଳିଲା ଏହି ସମ୍ମାନ

ପାରାଦୀପ ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ସମାଜସେବୀ ତଥା ସ୍ମାଇଲ୍ ଚାରିଟେବୁଲ୍ ଟ୍ରଷ୍ଟ ର ସଭାପତି ସଚିତ୍ର କୁମାର ରାଉତଙ୍କୁ ଚଳିତ ବର୍ଷ ର ସମ୍ମାନଜନକ ରାଷ୍ଟ୍ରୀୟ ସମାଜ ସେବା ରତ୍ନ ପୁରସ୍କାର ମିଳିଛି । ଶନିବାର ଦିନ ପାରାଦୀପ ର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଶ୍ରୀ ରାଉତ ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ପାରାଦୀପ ର ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧିର । ଏହି ଅବସର ରେ ଆୟୋଜିତ ସଂକ୍ଷିପ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଡ.ଧିର ଙ୍କ ସମେତ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସ, ଅନ୍ୟତମ ଉପଦେଷ୍ଟା ପାରାଦୀପ ର ପୂର୍ବତନ ନଗରପାଳ ବସନ୍ତ ବିଶ୍ୱାଳ ଓ ପିପିଏଲ୍ ର ମୁଖ୍ୟ ସୁରକ୍ଷା ଅଧିକାରୀ ନିହାରକାନ୍ତି ରାଉତ ଯୋଗ ଦେଇଥିଲେ । କରୋନା ମହାମାରୀ ର କଟକଣା ଯୋଗୁଁ ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମ ହୋଇଥିଲା । ପ୍ରକାଶଥାଉକି ଶ୍ରୀ ରାଉତ ଅଧୁନା ପିପିଏଲ୍ ର ସୁରକ୍ଷା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଦୀର୍ଘ ଦିନ ଧରି ସେ ନିଜ କୁ ସମାଜ ସେବା ପ୍ରତି ଆଗ୍ରହୀ ହୋଇ ସ୍ମାଇଲ୍ ଚାରିଟେବୁଲ୍ ଟ୍ରଷ୍ଟ ଗଠନ କରିବା ସହ ଏହା ର ପ୍ରତିଷ୍ଠାତା ସଭାପତି ଅଛନ୍ତି । କରୋନା ମହାମାରୀ ସମୟ ରେ ସେ ଅସହାୟ ମଣିଷମାନଙ୍କ ପାଖ ରେ ପହଂଚି ସେମାନଙ୍କୁ ସହାୟତା ପ୍ରଦାନ କରିଆସୁଛନ୍ତି । ଏହି ସମ୍ମାନ ପାଇବା ପରେ ପାରାଦୀପ ଅଂଚଳ ର ବିଭିନ୍ନ ମହଲ ରୁ ଶୁଭେଛା ମିଳୁଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *