Monday , December 6 2021
Breaking News
Home / ବିଶେଷ / ପ୍ରାଧ୍ୟାପକ ଶ୍ରୀପତି ଚିନରା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରାଧ୍ୟାପକ ଶ୍ରୀପତି ଚିନରା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଭୁବନ ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରାଧ୍ୟାପକ ଶ୍ରୀପତି ଚିନରା ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.କିଶୋର ଚନ୍ଦ୍ର ଦାଶ ଙ୍କ ସଭାପତିତ୍ୱରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରାଧ୍ୟାପକ ଅଜିତ କୁମାର ବେହେରା,ପ୍ରାଧ୍ୟାପକ ହିମାଂଶୁ ଶେଖର ମିଶ୍ର,ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ସାହୁ ,ଅଧ୍ୟାପକ ଗୌରାଙ୍ଗ ଚରଣ ମହାରଣା,ଅଧ୍ୟାପକ ପ୍ରଭାତ କୁମାର ଜେନା,ଅଧ୍ୟାପିକା ଶ୍ରାବଣୀ ଅଳ୍ପନା,ଅଧ୍ୟାପିକା ସୌମ୍ୟଶ୍ରୀ ବେହେରା,ଅଧ୍ୟାପିକା ଇନ୍ଦୁରେଖା ସାହୁ,ଗ୍ରନ୍ଥାଗାରିକ ନନ୍ଦ କିଶୋର ଧିର,ମୁଖ୍ୟକିରାଣୀ କୈଳାସ ଚନ୍ଦ୍ର ବେହେରା,ଆକାଉଣ୍ଟାଟ ଶ୍ରୀବତ୍ସ କୁମାର ଥାଟୋଇ ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ଚିନରା ଙ୍କ ଶିକ୍ଷାଦାନ ଶୈଳୀ,ସମୟାନୁବର୍ତିକା,ଉତମ ବ୍ୟବହାରକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ଅନ୍ୟ ମାନଙ୍କ ପାଇଁ ଧେୟ ହେଉ ଏବଂ ଶ୍ରୀଯୁକ୍ତ ଚିନରା ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ମୁଖ୍ୟକିରାଣୀ କୈଳାସ ଚନ୍ଦ୍ର ବେହେରା ଅବସରଗ୍ରହଣ କରିଥିବା ପ୍ରାଧ୍ୟାପକ ଶ୍ରୀପତି ଚିନରାଙ୍କ ଉଦ୍ଧେଶ୍ୟରେ ସ୍ୱରଚିତ କବିତା ପାଠ କରିଥିଲେ । ଶ୍ରୀଯୁକ୍ତ ଚିନରାଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଓ ଉପହାର ପ୍ରଦାନ କରାଯାଇ ସମସ୍ତ କର୍ମଚାରୀ ଅଶ୍ରୁଳ ବିଦାୟ ଜଣାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଶିଶୁ ପ୍ରତିଭା : ସୌଭାଗ୍ୟ ରାଉତ

କଟକ, ୦୫/୧୨/୨୦୨୧ (ଓଡ଼ିଶା ସମାଚାର)- କଟକ ସଦର କିଶନନଗର ଥାନା ସୋଗଲ ଗ୍ରାମର ବିଶିଷ୍ଟ ସମାଜସେବୀ ଇଂ.ବସନ୍ତ କୁମାର ରାଉତଙ୍କ …

Leave a Reply

Your email address will not be published. Required fields are marked *