Saturday , April 1 2023
Breaking News
Home / କୃଷି / ପୋଷଣ ବଗିଚା ସମ୍ବନ୍ଧୀୟ ପ୍ରଶିକ୍ଷଣ

ପୋଷଣ ବଗିଚା ସମ୍ବନ୍ଧୀୟ ପ୍ରଶିକ୍ଷଣ

ଭୁବନେଶ୍ୱର,୦୧/୦୮/୨୦୨୧(ଓଡ଼ିଶା ସମାଚାର)- କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍-ସିଫା କୃଷିବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା ଓ ଦରବାର ସାହିତ୍ୟ ସଂସଦର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ୍ ପଦ୍ମପୁର ଗ୍ରାମରେ ମହିଳା କୃଷିଜୀବିଙ୍କ ନିମନ୍ତେ ନ୍ତଖାଦ୍ୟ ଓ ପୋଷଣ ନିରାପତା ପାଇଁ ଘରବାଡ଼ିରେ ପୋଷଣ ବଗିଚା ଶୀର୍ଷକ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଘାଟନ କରି କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ପ୍ରଧାନ ବୈଜ୍ଞାନିକ ଡଃ ଏସ୍. ଏସ୍. ଗିରି, ସୁସ୍ଥ ରହିବା ପାଇଁ ଦୈନନ୍ଦିନ ଜୀବନରେ ସତେଜ ଫଳ ଓ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଦରବାର ସାହିତ୍ୟ ସଂସଦର ସଂପାଦକ କେଦାରଶ୍ୱର ଚୌଧୁରୀ ଶିକ୍ଷାର୍ଥୀମାନଙ୍କୁ ଉତମ ସ୍ୱାସ୍ଥ୍ୟ ପାଇଁ ପନିପରିବା ଚାଷ ନିଜର କିଚେନ୍ ଗାର୍ଡେନ ବା ରୋଷଶାଳା ବଗିଚାରେ କରିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ କୋର୍ସ ଡାଇରେକ୍ଟର ତଥା ଏସଏମଏସ୍ ଡଃ ହରପ୍ରିୟା ନାୟକ ଟ୍ରେନିଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ବିଷଦ୍ ବିବରଣୀ ପ୍ରଦାନ କରିବା ସହ ପ୍ରଶିକ୍ଷାର୍ଥୀ ମାନଙ୍କୁ ସ୍ୱାଗତ କରିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କୁ ପୋଷଣ ବଗି•ରେ ଉଦ୍ୟାନକୃଷି, ତୃଣ ପରିଚାଳନା, ରୋଗ ଓ ପୋକ ପରିଚାଳନା, ବାୟୋପେଷ୍ଟିସାଇଡ୍ ର ପ୍ରୟୋଗ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା । ତଳି ବିଲ ପ୍ରସ୍ତୁତି, ସାର ପ୍ରୟୋଗ, ବିହନ ବୁଣା, ଜଳସେଚନ ଉପରେ ବ୍ୟବହାରିକ ପ୍ରଦର୍ଶନ, ବୈଷୟିକ ଅଧିକାରୀ ଡଃ ବି. କେ. ବାଂଝା, ଶ୍ରୀମତୀ ସୁକାନ୍ତି ବେହେରା, ଶ୍ରୀ ପି. ଆର୍ ସାହୁଙ୍କ ଦ୍ୱାରା କରାଯାଇଥିଲା । ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ପନିପରିବା ମଂଜି, ଫଳଗଛ ଚାରା ଯଥା ଅମୃତଭଣ୍ଡା, ଲେମ୍ବୁ,ସଜନା ଆଦି ବଂଟନ କରାଯାଇଥିଲା । ପଦ୍ମପୁର ଅଂଚଳର ୫ଟି ସ୍ୱୟଂସହାୟକ ଗୋଷ୍ଠୀର ୫୦ଜଣ ମହିଳା କୃଷିଜୀବି ଏଥିରେ ଭାଗ ନେଇଥିଲେ । ଶ୍ରୀମତୀ ସୁକାନ୍ତି ବେହେରା ଓ ଡଃ ହରପ୍ରିୟା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଓଡ଼ିଶା ସମାଚାର

Leave a Reply

Your email address will not be published.