ପାରାଦ୍ୱୀପ ୦୧/୦୮/୨୦୨୧(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ର ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ ପ୍ରକାଶ ଚନ୍ଦ୍ର ମିଶ୍ର (୬୦) ଙ୍କ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ପ୍ରତୁ୍ୟଷରେ ପରଲୋକ ଘଟିଛି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ପୁନମ ମିଶ୍ର ଉପସ୍ଥିତ ଥିଲେ । ସ୍ୱର୍ଗତ ମିଶ୍ର ଗତ ଜୁନ ମାସ ୩୦ ତାରିଖରେ ବନ୍ଦର ସେବାରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ଶୋକ ବ୍ୟକ୍ତ କରିବା ସେଙ୍ଗ ସେଙ୍ଗ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ଶ୍ରୀ ମିଶ୍ର ଙ୍କ ଦେହାନ୍ତ ରେ ଅତ୍ୟନ୍ତ ଦୁଃଖିତ ବୋଲି କହିଥିବା ବେଳେ ପୂର୍ବନ ଅଧ୍ୟକ୍ଷ ରିେଙ୍କଶ ରଏ ତାଙ୍କ ଦେହାନ୍ତରେ ସମବେଦନା ଜଣାଇବା ସହ ଶ୍ରୀ ମିଶ୍ର ଜଣେ ନିଷ୍ଠାପର, କର୍ତବ୍ୟନିଷ୍ଠ ଏବଂ ତାଙ୍କ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ ଥିଲେ ବୋଲି କହିଛନ୍ତି । ପୂନ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମିଶ୍ରଙ୍କ ପରଲୋକରେ ଶନିବାର ଦିନ ପୂର୍ବାହ୍ନ ରେ ବନ୍ଦର ଲୋକସମ୍ପର୍କ ବିଭାଗ ପ୍ରକୋଷ୍ଠରେ ବନ୍ଦର ମୁଖ୍ୟ ପ୍ରବନ୍ଧକ (ଜନସମ୍ପର୍କ) ରତିକାନ୍ତ ନାୟକ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନ୍ଦର ଇଷ୍ଟେଟ ବିଭାଗ ବରିଷ୍ଠ ସହାୟକ (ସଂପଦ)ପ୍ରବନ୍ଧକ ବିଶ୍ୱଜିତ୍ ମିଶ୍ର, ବରିଷ୍ଠ କଲ୍ୟାଣ ଅଧିକାରୀ ଏନ୍.କେ ପଟ୍ଟନାୟକଙ୍କ ସମେତ ଲୋକସମ୍ପର୍କ ବିଭାଗ ମୁଖ୍ୟ ସହାୟକ ଏ.କେ ବେହେରାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ୩୦ ଜାନୁଆରୀ ୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମିଶ୍ର ୧୪ ମାର୍ଚ୍ଚ ୧୯୮୧ ରେ ବନ୍ଦରର ଟ୍ରାଫିକ ବିଭାଗ ରେ ଓଡ଼ିଶି ଭାବେ ଯୋଗ ଦେଇଥିଲେ । ୨୦୦୫ ମସିହା ଜୁନ୍ ୨୫ ତାରିଖରେ ସେ ପାରାଦ୍ୱୀପ ବନ୍ଦରର ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର