ନୂଆପଡା ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ତିଖା ଲି ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ଘର ଭାଙ୍ଗିଦେଇଛି ପ୍ରଶାସନ । ବିସ୍ଥାପିତମାନେ ତାଙ୍କ ଜିଦ୍ ରେ ଅଟଳ ରହିବାରୁ ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି । ବଲାଙ୍ଗୀର ଜିଲ୍ଲା ତୁରେକେଲା, ବେଙ୍ଗାମୁଣ୍ଡା ମୁରିବାହାଲ ସମେତ ନୂଆପଡ଼ା ଜିଲ୍ଲା ଖଡ଼ିଆଳ, ବୋଡ଼େନ ଆଦି ବ୍ଲକ୍ ର ଚାଷୀଙ୍କ ପାଇଁ ୨୦୦୦ ମସିହାରେ ତିଖାଲି ଗାଁରେ ଲୋୟର ଇନ୍ଦ୍ର ପ୍ରକଳ୍ପ ଆରମ୍ଭ ହୋଇଥିଲା । ଆରମ୍ଭରୁ ବିସ୍ଥାପିତମାନେ ଭିଟାମାଟି ଛାଡ଼ିବାକୁ ରାଜି ହୋଇ ନଥିଲେ । ପ୍ରକଳ୍ପ ଆରମ୍ଭ ହେବାର ୨୦ ବର୍ଷ ପରେ ୨୦୨୧ ମସିହା ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ । କିନ୍ତୁ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରିନଥିଲା । ମୁଖ୍ୟମନ୍ତ୍ରୀଙ୍କ ଲୋକାପର୍ଣ ସମୟରେ ୧୩ ବିସ୍ଥାପିତ ପରିବାରକୁ ରଜନା ସ୍କୁଲରେ ରଖାଯାଇଥିଲା । ସେମାନଙ୍କ ଦାବି ମୁତାବକ ୪ ଡିସିମିଲ୍ ଜମି, ପକ୍କାଘର ପାଇଁ ଆର୍ଥôକ ସହୟତା ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ଏନେଇ କୌଣସି ବ୍ୟବସ୍ଥା କରାନଯିବାରୁ ବିସ୍ଥାପିତ ମାନେ ପୁଣି ତାଙ୍କ ଭିଟାମାଟିରେ ରହିଥିଲେ । ଗତ ୯ ତାରିଖରେ ପ୍ରକଳ୍ପର ପଦାଧିକାରୀ ଘର ଛାଡ଼ିବାକୁ କହିଥିଲେ । କିନ୍ତୁ ବିସ୍ଥାପିତମାନେ ତାଙ୍କ ହକ୍ ପାଇ ଜିଦ୍ କରି ଭିଟାମିଟି ଛାଡ଼ିନଥିଲେ । ପ୍ରଶାସନ ବାରମ୍ବାର ବୁଝାଇବା ପରେ ବିସ୍ଥାପିତ ମାନେ ଜିଦରେ ଅଟଳ ରହିଥିଲେ । ଗତ ଶୁକ୍ରବାର ପ୍ରକଳ୍ପ ଅଧିକାରୀ, କୋମନା ତହସିଲଦାର, ପୁଲିସ ଫୋର୍ସ ଉପସ୍ଥିତିରେ ୧୩ ବିସ୍ଥାପିତଙ୍କ ଘରକୁ ଭଙ୍ଗାଯାଇଥିଲା । ଏନେଇ ପ୍ରକଳ୍ପ ଅଧିକାରୀ ତରଣୀସେନ ସୁନାଙ୍କୁ ପଚାରିବାରୁ, ସରକାରଙ୍କ ନିର୍ଦ୍ଧେଶରେ ଚଳିତ ବର୍ଷ ଡ୍ୟାମ୍ ରେ ପାଣି ରହିବ । ଯେଉଁ ଘର ଭଙ୍ଗାଯାଇଛି, ସେଠାରେ ଜଳମଗ୍ନ ହେବ ବୋଲି କହିଥିଲେ । ବିସ୍ଥାପିତଙ୍କ ଦାବି ଉପରେ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପଠାଯାଇଛି । ସରକାରଙ୍କ ନିର୍ଦେଶ ଆସିଲେ ସହଯୋଗ କରାଯିବ । ଯେଉଁମାନଙ୍କ ଘର ନାହିଁ ସେମାନଙ୍କୁ ତିଖାଲିରେ ଥିବା କଲୋନି ରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । କିନ୍ତୁ ସେହି କଲୋନିରେ ବିସ୍ଥାପିତମାନେ ରହିବାକୁ ନାରାଜ । ଘର ଭଙ୍ଗା କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ମିଳିଛିି । ଓଡ଼ିଶା ସମାଚାର