କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ଲୁଥେରାନ ଶିଶୁ ଯତ୍ନ ଅନୁଷ୍ଠାନରୁ କୋଭିଡ ନିୟମ ଉଲ୍ଲଂଘନ କରି ଅନ୍ତେବାସୀ ଶିଶୁମାନଙ୍କୁ ସ୍ଥାନାନ୍ତର କରିବା ଘଟଣାର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ୩ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁଯତ୍ନ ଅନୁଷ୍ଠାନରୁ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ଅନ୍ତେବାସୀ ଶିଶୁମାନଙ୍କୁ ସେମାନଙ୍କ ଇଛା ବିରୁଦ୍ଧରେ ଅନ୍ୟତ୍ର ସ୍ଥାନାନ୍ତର କରିବା ଘଟଣାକୁ ନେଇ ବରିଷ୍ଠ ଆଇନଜିବି ସୁଜାତା ଜେନା ଓଡିଶା ଉଚ୍ଚ ନ୍ୟାୟାଳୟର ଡବ୍ଲୁପିସି ନମ୍ବର – ୧୭୧୩୭/୨୦୨୧ରେ ଏକ ରିଟ ପିଟିସନ ଦାୟର କରିଥିଲେ । ସେହି ମାମଲାର ବିଚାର କରି ଓଡିଶା ଉଚ୍ଚ ନ୍ୟାୟାଳୟ ଚଳିତମାସ ୨୭ତାରିଖରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ୩ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ ସମିତି କିପରି କୋଭିଡ ସାମୟରେ ଆଇନ ଉଲ୍ଲଂଘନ କରି ଅନ୍ତେବାସୀ ଶିଶୁମାନଙ୍କୁ ସ୍ଥାନାନ୍ତର କଲେ ଓ କମିଶନ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ପିଓଆଇସି ଏବଂ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅଭିଯୁକ୍ତ ଦର୍ଶାଇଥିବା ବେଳେ ସେହିମାନଙ୍କୁ ନେଇ କିଭଳି ତଦନ୍ତ କମିଟି ଗଠନ କରାଗଲା । ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀମାନଙ୍କୁ ସ୍ଥାନାନ୍ତର କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିଦେବାକୁ ଉଦ୍ୟମ କରାଯାଇଥିବା ସମ୍ପର୍କରେ କମିଶନ ତଦନ୍ତ କରିବେ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଖୁବ ଶୀଘ୍ର ଏହି ଘଟଣାର ତଦନ୍ତ କରିବାକୁ କେନ୍ଦ୍ରାପଡା ଆସୁଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର
Home / ବିଶେଷ / କୋଭିଡ ଆଇନ ଉଲ୍ଲଂଘନ କରି ଲୁଥେରାନରୁ ଶିଶୁ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯିବା ଘଟଣା: ହାଇକୋର୍ଟଙ୍କ ନିର୍ଦେଶରେ ୩ମାସ ମଧ୍ୟରେ ତଦନ୍ତ କରିବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ
Check Also
ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …