Friday , September 29 2023
Breaking News
Home / କୃଷି / କେନାଲ ବନ୍ଧ ଭାଙ୍ଗି ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ

କେନାଲ ବନ୍ଧ ଭାଙ୍ଗି ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ

କୋକସରା ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଦ୍ରାବତୀରୁ ପ୍ରଥମଥର ପାଇଁ ମେଗା ଲିଫ୍ଟ କେନାଲ କାର୍ଯ୍ୟକ୍ଷମହୋଇ ଜୟପାଟଣା କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷଜମିକୁ ଜଳସେଚନ ପାଇଁ ପାଣି ଛଡ଼ାଯାଇଥିଲା । ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ । ଫଳରେ ହେକ୍ଟର ହେକ୍ଟର ଚାଷଜମି ଏବେ ଜଳମଗ୍ନ ହୋଇଛି । କୋକସରା ବ୍ଲକର ମାଝୀଗୁଡ଼ା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ହେବା ଓ ନିମ୍ନମାନର କାମ ହୋଇଥିବା ଯୋଗୁ କେନାଲବନ୍ଧ ଭାଙ୍ଗିଯାଇଛି । ପ୍ରାୟ ୧୦ ଫୁଟ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବର୍ତମାନ ହେକ୍ଟର ହେକ୍ଟର ଜମିରେ ଚାଷୀଙ୍କରୁଆ ଓ ବୁଣା ଧାନରେ ପାଣି ମାଡ଼ି ଯିବାରୁ ମାଝୀଗୁଡା ଓ କୋକସରା ଅଂଚଳର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ମାଝୀଗୁଡା ଓ କୋକସରା ପଂଚାୟତର ଚାଷୀମାନେ କେନାଲ ବନ୍ଧ ଭାଙ୍ଗିବା ପାଇଁ ଠିକାସଂସ୍ଥାର ନିମ୍ନମାନର କାମ ଓ ଅବହେଳାକୁ ଦାୟୀ କରିବାସହ ସେମାନଙ୍କ ନଷ୍ଟ ହୋଇଥିବା ଚାଷର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ବର୍ତମାନ ସୁଦ୍ଧା ଘଟଣାସ୍ଥଳରେ ମେଗାଲିଫ୍ଟ କେନାଲର ନିର୍ବାହୀଯନ୍ତ୍ରୀଙ୍କ ସମେତ ଠିକାସଂସ୍ଥା ଅଧିକାରୀପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ମରାମତି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଖବର ପାଇ ଧର୍ମଗଡ଼ ଉପଜିଲାପାଳ,କୋକସରା ତହସିଲଦାର, ରାଜସ୍ୱ ନିରୀକ୍ଷକ ପହଂଚି ଚାଷୀଙ୍କସହ ଆଲୋଚନା କରିବା ସହ କ୍ଷତିପୂରଣ ଆକଳନ କରିଥିଲେ ।ସୂଚନା ଯୋଗ୍ୟ, କଳାହାଣ୍ଡିକୁ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ଜଳସେଚନ ହେବା ପରେ ବାଦ ପଡିଥିବା ଅଂଚଳରେ ବି ଜଳସେଚନ ନେଇ ସ୍ୱର ଉଠିଥିଲା । ବିଭିନ୍ନ ସମୟରେ ଏହିସ୍ୱର ଆନ୍ଦୋଳନର ରୂପ ନେଇଥିଲା । ଦୀର୍ଘ ଦିନର ଲୋକଙ୍କ ଦାବିପରେ ସରକାର ଇନ୍ଦ୍ରାବତୀରୁ ଉଠା ଜଳସେଚନ ମାଧ୍ୟମରେ କୋକସରା, ଧର୍ମଗଡ, ଜୟପାଟଣା ଅଂଚଳର ଅଣଜଳସେଚିତଜମିକୁ ଜଳସେଚନ କରାଇବା ପ୍ରସ୍ତାବ ଅନୁମୋଦନ କରି ଏଥିପାଇଁ ବ୍ୟୟବରାଦ କଲେ ଏବଂ ୨୦୧୪ ନିର୍ବାଚନ ପୂର୍ବରୁ ଲଡୁଗାଁ ଠାରେ ଏହାର ଶିଳାନ୍ୟାସ କରିଥିଲେ । ୬୫୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାମ ଏଲ ଆଣ୍ଡ ଟି ନାମକ ରାଜ୍ୟ ବାହାରର ଏକ ସଂସ୍ଥା ହାତେଇଥିଲା । କୋକସରା,ଜୟପାଟଣା, ଧର୍ମଗଡ ଅଂଚଳର ୯୧ଟି ଗାଁର ୨୬୨୭୫ ହେକ୍ଟରଜମିକୁ ଏହି ପ୍ରକଳ୍ପ ମାଧ୍ୟମରେ ଜଳସେଚନ ସୁବିଧା ରହିଛି । ଏହିପ୍ରକଳ୍ପ ଏ ଅଂଚଳ ପାଇଁ ଗୁରୁତ୍ୱ ବହନ କରୁଥିବାବେଳେ ୨୦୨୦ଜାନୁୟାରୀ ୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳପୁର ବ୍ୟାରେଜ ଠାରେ ଏହାର ଲୋକାର୍ପଣ କରିଥିଲେ । ପ୍ରକଳ୍ପ କାମସଂପୂର୍ଣ୍ଣ ନ ହେବା ପୂର୍ବରୁ ଅତି ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ । ପ୍ରଥମ ଥର ପାଇଁ ଚଳିତଖରିଫ ଋତୁରେ ଏହି କେନାଲରେ ପାଣି ଛଡାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *