Tuesday , March 28 2023
Breaking News
Home / ରାଜନୀତି / କଂଗ୍ରେସ ସୋସିଆଲ ମିଡିଆର ନୂତନ କମିଟି ଘୋଷିତ

କଂଗ୍ରେସ ସୋସିଆଲ ମିଡିଆର ନୂତନ କମିଟି ଘୋଷିତ

ଭୁବନେଶ୍ୱର,୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ନୂତନ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ବରିଷ୍ଠ କଂଗ୍ରେ ନେତା ତଥା ମୁଖପାତ୍ର ସର୍ବଶ୍ରୀ ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅମୀୟ ପାଣ୍ଡବ, ରଜନୀ ମହାନ୍ତି, ମମତା କୁଣ୍ଡୁ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବେ ରହିଥିବା ବେଳେ ସାଧାରଣ ସମ୍ପାଦକ ଭାବେ କୁମାରୀ ସମସିଦା ତାୟବ, ଜୋଏତା ରାୟ, ମାହେପର ନିଖତ ଙ୍କ ସମେତ ବିନୋଦ ବିହାରୀ ନାୟକ, ପିତବାସ ପଣ୍ଡା, ପୱନ ଶର୍ମା, ଚେତନ ମିଶ୍ର, ସୀମାଂଚଳ ଉଲ୍ଲାକା, ଦୀପକ ମହାପାତ୍ର, ଚନ୍ଦନ ରାୟ, ସୁବାଶ ନାୟକ, ଜଗତ ଜୀବନ ମହାନ୍ତି, ମୁରଲୀଧର ନାୟକ, ମୁକେଶ ଅଗ୍ରୱାଲ ପ୍ରମୁଖ ରହିଛନ୍ତି । ସେହିପରି ମିଦାସ ସାହୁ, ମାନସ ଆଚାର୍ଯ୍ୟ, ରାଜ ଶେଖର କାଳିନ୍ଦି, ଆଦିତ୍ୟ କିରଣ ନାଗ, ସତ୍ୟବ୍ରତ ଗୁରୁ, ପ୍ରିୟବ୍ରତ ତ୍ରିପାଠୀ, ରଞ୍ଜନ ପାଣି, ଆଶାଲାମ ଖାନ, ତୁଷାର ମହାପାତ୍ର, ସନ୍ତୋଷ ପ୍ରଧାନ, ସୀମାଂଚଳ ରଣଜିତ, ମନିଷା ନନ୍ଦ, ଦୁର୍ଗା ପ୍ରସାଦା ମାହାଲ, ଚନ୍ଦନ ପଟ୍ଟନାୟକ, ଅରୁଣ ପ୍ରସାଦ ସିହ୍ନା, ଗଣେଶ ସାହୁ, ହରପ୍ରସାଦ ବେହେରା, ଝରିଆ ନାୟକ, ଗୁରୁପ୍ରସାଦ ସାହୁ, ସିବନ ମୁସାରଫ ପ୍ରମୁଖ ସଂପାଦକ ରହିଥିବା ବେଳେ ଯୁଗ୍ମସଂପାଦକ ଭାବେ ସମ୍ପଦ ପୋଡ, ରାକେଶ ସ୍ୱାଇଁ, ମୂର୍ଚ୍ଛନା ଖୁଂଟିଆ, ସୁଶାନ୍ତ ମହାରଣା, ତତ୍ସତ ସୁବୁଦ୍ଧି, ନାଫିସ ଖାନ, ଅଞ୍ଜନ କୁମାର ସିଂଘା, ନିଳମାଧବ ସାହୁ,ସତ୍ୟ ରଞ୍ଜନ ବିଥ ପ୍ରମୁଖ ରହିଛନ୍ତି ।
ଆଗାମୀ ଦିନରେ ସାମାଜିକ ଗଣମାଧ୍ୟମରେ କଂଗ୍ରେସକୁ ସୁଦୃଢ଼ କରିବାପାଇଁ ରାଜ୍ୟର ପ୍ରତି ବ୍ଲକରେ ସଂଯୋଜକ ନିଯୁକ୍ତକରାଯିବ ବୋଲି ଶ୍ରୀ ଅଭିଷେକ ମହାନନ୍ଦ କହିବା ସହ ବିଜେଡ଼ି ବିଜେପିର ଦୁର୍ନୀତିର ପର୍ଦାଫାସ ସହିତ ଦୁଇ ଦଳ ମଧ୍ୟରେ ଥିବା ଭିତିରି ସଂପର୍କର ଖୁଲାସା କରିବାପାଇଁ ରାଜ୍ୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବାକୁ ଯାଉଛି ବୋଲି ଏକ ସାମ୍ବାଦିକସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ଅବସରରେ ରାଜ୍ୟ ସମେତ ଦେଶରେ ଘଟୁଥିବା ଦୁର୍ନୀତିକୁ ସାମାଜିକ ଗଣମାଧ୍ୟମରେ ଲୋକଲୋଚନକୁ ଆଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ହାତମୁଠାକୁ ଟାଣ କରି କଂଗ୍ରେସ ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ନୂତନ ସଦସ୍ୟଙ୍କୁ ପରାମର୍ଶ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published.