Sunday , October 1 2023
Home / ବିଶେଷ / ଉତ୍କଳ ବିକାଶ ପରିଷଦର ପରିବେଶ ସୁରକ୍ଷା ମହା ଅଭିଯାନରେ ସାମିଲ ହେଲେ କନ୍ଦରପୁର ମହାବିଦ୍ୟାଳୟ ଛାତ୍ର ବୃନ୍ଦ

ଉତ୍କଳ ବିକାଶ ପରିଷଦର ପରିବେଶ ସୁରକ୍ଷା ମହା ଅଭିଯାନରେ ସାମିଲ ହେଲେ କନ୍ଦରପୁର ମହାବିଦ୍ୟାଳୟ ଛାତ୍ର ବୃନ୍ଦ

କଟକ ୦୧/୦୮/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ (ଉବିପ) ପକ୍ଷରୁ ଗୋଟିଏ ବୃକ୍ଷ ଗୋଟିଏ ଜୀବନ ଅଭିଯାନରେ କନ୍ଦରପୁର ମହାବିଦ୍ୟାଳୟର ଛାତ୍ରମାନେ ସାମିଲ ହୋଇ କନ୍ଦରପୁର ପଞ୍ଚାୟତ ବାମ୍ବୁରୀ ଗ୍ରାମର ହନୁମାନ ମନ୍ଦିର,ଦଧିବାମନଜୀଉ ମଠ,ରାସ୍ତାପାର୍ଶ୍ଵ ଏବଂ ମହାବିଦ୍ୟାଳୟ ନିକଟସ୍ଥ ପଡିଆ ଆଦି ବହୁ ସ୍ଥାନରେ ବୃକ୍ଷ ରୋପଣ କରିଛନ୍ତି । ସଭାପତି ସ୍ତମ୍ଭକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ ଏହି ସେବାକାର୍ୟ୍ୟରେ ସାଗର ବେହେରା, ଅମିତ୍ ବେହେରା , ଦେବାଶିଷ ବେହେରା, ବିଗ୍ନେଶ୍ ବଡି,ସୁମନ ଜେନା, ସନ୍ତୋଷ ମହାପାତ୍ର, ବିଶ୍ୱଜିତ୍ ନାୟକ, ଚନ୍ଦନ ରାଉତ, ଆଶିର୍ବାଦ ପ୍ରଧାନ, ବିଶ୍ୱଜିତ୍ ଭୋଇ ପ୍ରମୁଖ କୃତୀଛାତ୍ର ଉପସ୍ଥିତ ରହି ୫୦ରୁ ଉର୍ଦ୍ଧ୍ୱ ଚାରା ରୋପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *