ଭୁବନେଶ୍ୱର,୦୧/୦୮/୨୦୨୧(ଓଡ଼ିଶା ସମାଚାର)- ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ବ୍ୟାବସାୟିକ ଫଳାଫଳ ଘୋଷଣା କରାଯାଇଛି । ଏହି ତିନି ମାସରେ ବ୍ୟାଙ୍କର ନିଟ୍ ଲାଭ ୪ ଗୁଣା ବୃଦ୍ଧି ପାଇ ୬୦୩ କୋଟି ଟଙ୍କା ହୋଇଛି । ଗତବର୍ଷର ୧୪୪ କୋଟି ଟଙ୍କା ତୁଳନାରେ ବ୍ୟାଙ୍କର ନିଟ୍ ଲାଭ ୩୧୮ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ପରିଚାଳନା ଲାଭ ପରିମାଣ ୧୦୯% ବୃଦ୍ଧି ସହ ୨୭୭୬ କୋଟି ଟଙ୍କା ହୋଇଛି । ନେଟ୍ ସୁଧ ଆୟ ୪୧% ବୃଦ୍ଧି ସହ ୨୫୦୬ କୋଟି ଟଙ୍କା ହୋଇଥିବା ବେଳେ ନେଟ୍ ସୁଧ ମାର୍ଜିନ୍ ୪.୦୬% ରହିଛି । ସମ୍ପତିରୁ ରିଟର୍ଣ୍ଣ ପରିମାଣ ୦.୮୩% ଓ ଇକ୍ୱିଟିରୁ ରିଟର୍ଣ୍ଣ ୧୪.୪୪ % ରହିଛି । କାସା ଅନୁପାତ ୫୨.୪୪% ବୃଦ୍ଧି ପାଇଛି । ମୁମ୍ବାଇ ଠାରେ ଅନୁଷ୍ଠିତ ଆଇଡିବିଆଇ ବ୍ୟାଙ୍କର ବୋର୍ଡ ବୈଠକରେ ୨୦୨୧ ଜୁନ୍ ୩୦ ସୁଦ୍ଧା ଶେଷ ତ୍ରୟମାସିକ ଆର୍ଥିକ ଫଳାଫଳକୁ ମଂଜୁର କରାଯାଇଛିଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଶେଷ ସୁଦ୍ଧା ବ୍ୟାଙ୍କର ମୋଟ କାରବାର ୨,୯୫,୬୪୩ କୋଟି ଟଙ୍କା ରହିଛି । ମୋଟ ଅଗ୍ରୀମ ପରିମାଣ ୧,୫୬,୬୯୮ କୋଟି ଟଙ୍କା ଥିବା ବେଳେ ମୋଟ ଜମା ପରିମାଣ ୨,୨୨,୩୮୧ କୋଟି ଟଙ୍କା ରହିଛି । ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର ୧୬.୨୩%, ସିଇଟି ୧ ଅନୁପାତ ୧୩.୬୪ ପ୍ରତିଶତ, ମୋଟ୍ ଏନପିଏ ୨୨.୭୧ ପ୍ରତିଶତ, ନେଟ୍ ଏନପିଏ ୧.୬୭% ଓ ପ୍ରୋଭିଜନ୍ କଭରେଜ୍ ରେସିଓ ୯୭.୪୨ ପ୍ରତିଶତ ରହିଛି । କୋଭିଡ୍ ମହାମାରୀ ପ୍ରଭାବରେ ବ୍ୟବସାୟ ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ ଆଇଡିବିଆଇ ବ୍ୟାଙ୍କ ତରଫରୁ ତାହାର ମୁକାବିଲା କରିବା ଲାଗି ୬୮୩ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସୀମା ଠାରୁ ବ୍ୟାଙ୍କ ଅଧିକ ପାଣ୍ଠି ରଖିଛି । ଓଡ଼ିଶା ସମାଚାର