Tuesday , September 28 2021
Breaking News
Home / ବିଶେଷ / ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ ପରିସରରେ ରାଜ୍ୟପାଳ ବହିଟିକୁ  ଉନ୍ମୋଚନ  କରିଛନ୍ତି ।  ଓଡ଼ିଶାର ପୂର୍ବତନ  ମୁଖ୍ୟମନ୍ତ୍ରୀ,  ବିଶିଷ୍ଟ  ଜନନାୟକ  ଓ ସ୍ୱପ୍ନଦ୍ରଷ୍ଟା  ପ୍ରବାଦ  ପୁରୁଷ  ବିଜୁ  ପଟ୍ଟନାୟକଙ୍କ ସମ୍ପର୍କିତ କିଛି ରୋଚକ ଓ ପ୍ରେରଣାଦାୟୀ ସ୍ମୃତିକୁ ଏକାଠି  କରି  “ବିଜୁବାବୁ”  ପୁସ୍ତକ  ରଚନା କରିଛନ୍ତି  କବି  ଓ  ଗୀତିକାର  ଦେବଦାସ ଛୋଟରାୟ । କଟକରୁ ଧାନବାଦ ଯାଏଁ ବ୍ୟାପ୍ତ ଏ ପୁସ୍ତକରେ ରହିଛି ୬୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କୁ ନେଇ ୪୫ଟି ଛୋଟ ସ୍ମୃତିକଥା ସହ ଚାରିଗୋଟି ବିରଳ ଫଟୋଚିତ୍ର । ରାଜ୍ୟପାଳ ଏଭଳି ବିରଳ ପୁସ୍ତକର ପ୍ରଶଂସା କରିବା ସହ ଲେଖକଙ୍କୁ ଅଭିନନ୍ଦନ ଜଣାଇଛନ୍ତି  । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *