Tuesday , September 28 2021
Breaking News
Home / ବିଶେଷ / ପଂଚାୟତ ପ୍ରତିନିଧି ପ୍ରଶିକ୍ଷଣ ଶିବିର

ପଂଚାୟତ ପ୍ରତିନିଧି ପ୍ରଶିକ୍ଷଣ ଶିବିର

ଗରଦପୁର, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ମଦନାସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ଓଏମଡ଼ିସି କାର୍ଯ୍ୟାଳୟରେ ଗତ ଦୁଇ ଦିନିଆ ପଂଚାୟତ ସ୍ଥାୟୀ କମିଟି ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନର ମୁଖ୍ୟ ରୋଟାରିଆନ୍ ମନ୍ମଥ ନାଥ ସାମନ୍ତରାୟ ପ୍ରଶିକ୍ଷଣ ଶିବିରକୁ ଆୟାଜନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରକୁ ଗରଦପୁର ବ୍ଲକ୍ ର ବିଡ଼ିଓ ରଂଜିତ କୁମାର ମଲିକ ଉଦଘାଟନ କରିଥିଲେ । ପାଖଡ଼ ପଂଚାୟତ ଓ କଳାବୁଦା ପଂଚାୟତର ୮ ଜଣ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବରେ ପଂଚାୟତ ସମ୍ପ୍ରସାରଣ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ଓ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା ପ୍ରଶିକ୍ଷକ ଭାବେ ଯୋଗ ଦେଇଛନ୍ତି । ପ୍ରାରମ୍ଭ ରେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମରେ ସାମିଲ ହେବା ସହ ସ୍ଥାୟୀ କମିଟିର କାର୍ଯ୍ୟକାରିତା ଓ ପଂଚାୟତ ପ୍ରତିନିଧି ମାନଙ୍କ ସହଭାଗିତା ରେ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ତପସ୍ୱିନୀ ନାୟକ,ରଶ୍ମିରେଖା ମିଶ୍ର , ପ୍ରସନ୍ନ କୁମାର ମୁଦୁଲୀ,ସୁରେଶ କୁମାର ଚୌଧୁରୀ ଓ ବିଷ୍ଣୁ ଚରଣ ମଲିକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *