Tuesday , September 28 2021
Breaking News
Home / ବ୍ୟବସାୟ ବାଣିଜ୍ୟ /    ଡାଲମିଆ ଭାରତ ସିମେଣ୍ଟ କଂପାନୀ ରୁ ନିର୍ଗତ ଗ୍ୟାସ ଗନ୍ଧ କମଛି

   ଡାଲମିଆ ଭାରତ ସିମେଣ୍ଟ କଂପାନୀ ରୁ ନିର୍ଗତ ଗ୍ୟାସ ଗନ୍ଧ କମଛି

ରାଜଗାଙ୍ଗପୁର ୩୧/୦୭/୨୦୨୧(ଓଡ଼ିଶା ସମାଚାର/ ଦେବବ୍ରତ ମିତ୍ର )- ରାଜଗାଙ୍ଗପୁର ସ୍ଥିତ ଡାଲମିଆ ଭାରତ ସିମେଣ୍ଟ କଂପାନୀ ରୁ ନିର୍ଗତ ଗ୍ୟାସ ଗନ୍ଧ କମଛି।  ଦୀର୍ଘ ଦିନ ଧରି ଡାଲମିଆ କଂପାନୀ ରୁ ନିର୍ଗତ ଗ୍ୟାସ ଦ୍ୱାରା ରାଜଗାଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳ ବାସିନ୍ଦା ଅତିଷ୍ଠ ହୋଇପଡିଥିଲେ । ବହୁ ବାର ବିଭିନ୍ନ ସଂଗଠନ, ଜନ ସାଧାରଣ ଓ ସ୍ଥାନୀୟ ଲୋକ ଏହାର ପ୍ରିତିବାଦ କରି ଆନ୍ଦୋଳନ ଜରିଆରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ବିଭିନ୍ନ ଗଣମାଧ୍ୟମ  ଏହାର ଖବର ପ୍ରସାରଣ କରିଥିଲେ । ମାତ୍ର କିଛି ଦିନ ପୂର୍ବେ କଂପାନୀ ର ନୂତନ ନିର୍ଦ୍ଦେଶକ ଯୋଗ ଦେବା ପରେ ପରେ ଉକ୍ତ ଗ୍ୟାସ ଦୁର୍ଗନ୍ଧ ଆଉ ଆଗପରି ବାରି ହେଉନାହି , କି ସେପରି ପରିଲକ୍ଷିତ ହେଉନାହିଁ  । ଏହା କେତେ ଦିନ ରହିବ ତାହା  ଜଣାପଡି ନାହିଁ। ତେବେ ଆଉ ଆଗଭଳି ନିର୍ଗତ ଗ୍ୟାସ ଗନ୍ଧ ହେଉନଥିବାରୁ  ସହର ବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କନ୍ଦରପୁର ମିନି ବ୍ୟାଙ୍କ୍ ଅର୍ଥ ହଡପ ମାମଲା : ନିରପେକ୍ଷ ତଦନ୍ତ ଓ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଅର୍ଥ ଫେରାଇଵା ଦାଵି ଦୋହରାଇଲା ଵିଜେଡି

କଟକ ସଦର, ୨୪/୦୯/୨୦୨୧(ଓଡ଼ିଶା ସମାଚାର/ ଵଷ୍ଣୁ ବେହେରା): କନ୍ଦରପୁର କୃଷòକ ସେଵା ସମଵାୟ ସମିତି ଦ୍ୱାରା ପରିଚାଳିତ କନ୍ଦରପୁର ମିନି …

Leave a Reply

Your email address will not be published. Required fields are marked *