ଲକ ଡ଼ାଉନ୍ କୁ କୋହଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି ହୋଇଛି । ଅଗଷ୍ଟ ଗାଇଡଲାଇନ୍ ନେଇ ସୂଚନା ଦେଇ ଏସ୍ଆରସି ପ୍ରଦୀପ ଜେନା କହିଲେ- ଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି; କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ; ଉଦବେଗଜନକ ନୁହେଁ । ସେପ୍ଟେମ୍ବର ୧ ତାରିଖ ଯାଏଁ ପୁରୀ, କଟକ ଏବଂ ଭୁବନେଶ୍ବରରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସହିତ ସପ୍ତାହାନ୍ତ ସଟ୍ ଡ଼ାଉନ୍ ଜାରି ରହିବ । କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ । ପୁରୀ, କଟକ ଏବଂ ଭୁବନେଶ୍ବରରେ ସ୍ୱତନ୍ତ୍ର ଗାଇଡଲାଇନ ଅନୁଯାୟୀ, ସିନେମା ହଲ୍, ମଲ୍ ଯାଉଥିବା ପ୍ରାପ୍ତ ବୟସ୍କଙ୍କ ପାଇଁ ଟିକା ପ୍ରମାଣପତ୍ର ଜରୁରୀ ।
ରାଜ୍ୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବ । ତେବେ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ପରିଚାଳନା କମିଟି ନେଇପାରିବେ । କିନ୍ତୁ ଶ୍ରଦ୍ଧାଳୁ ଭୋଗ ନେଇ ଯାଇପାରିବେ ନାହିଁ । ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଖୋଲିବ କି ନାହିଁ ସେ ନେଇ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବେ । ରାତି ୮ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ପାର୍କ, ମଲ୍, ସମୁଦ୍ର କୂଳ, ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ । ୫୦ % ଗ୍ରାହକରେ ଖୋଲି ପାରିବ ରେସ୍ତାରାଁ , ବାର୍ ଢାବା । ୫୦% ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ । ସମସ୍ତ ଆହାର କେନ୍ଦ୍ର ଖୋଲାରହିବ । ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ । ବିବାହରେ ୨୫, ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି । ବିବାହ ଭୋଜି ଉପରେ ପୂର୍ବପରି କଟକଣା ଜାରି ରହିବ । ମୀନା ବଜାର ଖୋଲାଯାଇପାରିବ । ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ । ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲାଯାଇ ପାରିବ। ଅଫିସିଆଲ ବୈଠକରେ ଶହେ, ଉଦଘାଟନ, ଶିଳାନ୍ୟାସରେ ୩୦ ଜଣଙ୍କୁ ଅନୁମତି ମିଳିପାରିବ।
ରାଜ୍ୟରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଅପେରା ଚାଲି ପାରିବ । ମ୍ୟୁଜିୟମ, ନନ୍ଦନକାନନ ଓ ସାପ୍ତାହିକ ହାଟ ଖୋଲା ରହିବ । ବିଭିନ୍ନ ପର୍ୟ୍ୟଟନସ୍ଥଳୀ ଖୋଲିବ । କୋହଳ ହୋଇଥିବା ସ୍ଥାନମାନଙ୍କରେ କୋଭିଡ କଟକଣା କଡାକଡି ପାଳନ କରିବାକୁ ନିର୍ଦେଶ । ବସରେ ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ନେଇ ବସ ଚଳାଚଳ କରିବ । ସିଟ ଠାରୁ ଅଧିକ ସଂଖ୍ୟକ କିମ୍ବା ଠିଆ ହୋଇ ଯାତ୍ରୀ ଯାଇପାରିବେ ନାହିଁ । ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ବାରଣ କରାଯାଇଛି । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ସମସ୍ତ ପର୍ୟ୍ୟଟକ ଗାଇଡ୍ ଲାଇନ୍ ମାନି ପ୍ରର୍ୟ୍ୟଟନ ସ୍ଥଳୀ ଭିତରକୁ ପ୍ରବେଶ କରିବେ । ଓଡ଼ିଶା ସମାଚାର
ଏସ୍ଆରସି ପ୍ରଦୀପ ଜେନା କହିଲେ –
Related