ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ “ବିଜୁବାବୁ” ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉନ୍ମୋଚନ କରିଛନ୍ତି । ରାଜଭବନ ପରିସରରେ ରାଜ୍ୟପାଳ ବହିଟିକୁ ଉନ୍ମୋଚନ କରିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଜନନାୟକ ଓ ସ୍ୱପ୍ନଦ୍ରଷ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କିତ କିଛି ରୋଚକ ଓ ପ୍ରେରଣାଦାୟୀ ସ୍ମୃତିକୁ ଏକାଠି କରି “ବିଜୁବାବୁ” ପୁସ୍ତକ ରଚନା କରିଛନ୍ତି କବି ଓ ଗୀତିକାର ଦେବଦାସ ଛୋଟରାୟ । କଟକରୁ ଧାନବାଦ ଯାଏଁ ବ୍ୟାପ୍ତ ଏ ପୁସ୍ତକରେ ରହିଛି ୬୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କୁ ନେଇ ୪୫ଟି ଛୋଟ ସ୍ମୃତିକଥା ସହ ଚାରିଗୋଟି ବିରଳ ଫଟୋଚିତ୍ର । ରାଜ୍ୟପାଳ ଏଭଳି ବିରଳ ପୁସ୍ତକର ପ୍ରଶଂସା କରିବା ସହ ଲେଖକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର