Sunday , March 26 2023
Breaking News
Home / ଶିକ୍ଷା / ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଲା

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଲା

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)-  ଆଜି ସନ୍ଧ୍ୟାରେ  ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଛି । ଶିକ୍ଷାବର୍ଷ ୨୦୨୦-୨୧ରେ ବିଜ୍ଞାନ ବିଷୟରେ ୯୪ ହଜାର ୫୩୨ ଜଣଙ୍କ ମଧ୍ୟରୁ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥିରେ ଫାଷ୍ଟ ଡିଭିଜନରେ ୫୫ ହଜାର ୪୬୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ବାଣିଜ୍ୟ ବିଷୟରେ ୨୪ ହଜାର ୫୨୬ ଜଣ ପିଲାଙ୍କ ମଧ୍ୟରୁ ୯୪.୯୬ ପ୍ରତିଶତ ପିଲା ପାସ କରିଛନ୍ତି । ରାତି ୮ଟାରେ ୱେବ୍ସାଇଟ www.orissaresults.nic.inରେ ନିଜ ନିଜର ରେଜଲ୍ଟ ଦେଖିପାରିବେ ।

ସୂଚନାଯୋଗ୍ୟ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ବାର୍ଷିକ ପରୀକ୍ଷା ହୋଇପାରି ନଥିଲା । ବିକଳ୍ପ ମାଧ୍ୟମରେ ଫଳାଫଳ ବାହାର କରାଯାଇଥିବାରୁ ରେଜଲ୍ଟ ପ୍ରକାଶନ ବିଳମ୍ବ ହୋଇଛି । ଯେଉଁମାନେ ଏଥିରେ ସନ୍ତୁଷ୍ଟ ନଥିବେ ସେମାନେ ଅଫ ଲାଇନ୍ ପରୀକ୍ଷା ଦେଇ ପାରିବେ ।

ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଚ୍ଚ ମାଧ୍ୟମିକ ଶିକ୍ଷା ପଣିଷଦ କାର୍ୟ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଅସନ୍ତୁଷ୍ଟ ରହିବେ କିମ୍ବା କୌଣସି ଛାତ୍ରଛାତ୍ରୀ କୌଣସି ପରୀକ୍ଷା ଦେଇପାରି ନାହାନ୍ତି, ସେମାନେ ସମସ୍ତେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମନ୍ତ୍ରୀ ଶ୍ରୀ ଦାଶ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସିଏଚଏସଇ ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଘୋଷଣାର ନିର୍ଦ୍ଧାରିତ ସମୟ ପୂର୍ବରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷାଫଳ ଦେଖିପାରିଥିଲେ।କରୋନା ସଂକ୍ରମଣ ଯୋଗୁଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାକୁ ଚଳିତ ବର୍ଷ ବାତିଲ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ପରିଷଦ ଏକ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯାଇ ଉତ୍ତୀର୍ଣ୍ଣ କରାଯାଇଛି ବୋଲି ଜଣାପଡ଼ିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.