ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା ତଳବେରଣା ଠାରୁ ପାଣି ଗେଙ୍ଗୁଟିଆ ପର୍ୟ୍ୟନ୍ତ, ଜାତୀୟ ରାଜପଥ ୫୩ ନମ୍ବର ଶୁଣ୍ଢି ତଇଳା ଠାରୁ ଭୟା କୋଆଳୋ କୁଣ୍ଢେଇ ଖୋଲ ପର୍ୟ୍ୟନ୍ତ, ଲୋଧଣୀ ହାଇ ସ୍କୁଲ ଛକ ଠାରୁ କୁମୁସି ପର୍ୟ୍ୟନ୍ତ, ଜାତୀୟ ରାଜପଥ ମୁକ୍ତାପଶି ଠାରୁ ଭୟା ବଡଝରା କାମରଦା ପର୍ୟ୍ୟନ୍ତ ପ୍ରଧାମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଭୁକ୍ତ ରାସ୍ତା ର ଉନ୍ନତି କରଣ ପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ, ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ କରକମଳରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଏହି ରାସ୍ତା ହେବା ଦ୍ୱାରା ପରଜଙ୍ଗ ଓ କଙ୍କଡାହାଡ଼ ବ୍ଲକ ର ସମସ୍ତ ଗ୍ରାମାଞ୍ଚଳ ସହିତ ସଂଯୋଗ ହୋଇ ପାରିବ । ଯାହା ଫଳରେ ଗମନାଗମନ ର ଆଉ କୌଣସି ସମସ୍ୟା ରହିବ ନାହିଁ ଓ ସମସ୍ତ ଅଞ୍ଚଳ ର ରାସ୍ତାର ଦୂରତା କମି ପାରିବ । ରାଜ୍ୟ ସରକାର ଓ ମାନ୍ୟବର ପରଜଙ୍ଗ ବିଧାୟକ ଙ୍କ କରକମଳ ରେ ଅଞ୍ଚଳର ବେଶ ଲୋକାଭିମୁଖୀ ଯୋଜନା କାର୍ୟ୍ୟକାରୀ ହୋଇ ପାରୁଅଛି, ଯାହା ଫଳରେ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଖୁସି ର ମାହୋଲ ଦେଖିବା ପାଇଁ ମିଳୁଅଛି । ରାଜ୍ୟ ସରକାର ସବୁବେଳେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମୃଦ୍ଧି ବିକାଶ ଓ ଉନ୍ନତି ପାଇଁ ସଂକଳ୍ପବଦ୍ଧ । ଆଜିର ଏହି କାର୍ୟ୍ୟକ୍ରମ ରେ ଅନ୍ୟ ସମାନିତ ଅତିଥି ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ମମତା ପାଣି, ବିଜେଡି ଜିଲ୍ଲା ସମ୍ପାଦକ ଗୌତମ ପାଣି, ବ୍ଲକ ଯୁବ ବିଜେଡି ସଭାପତି ସୁବ୍ରତ ଦାସ, ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ, ପରଜଙ୍ଗ ସରପଞ୍ଚ ପ୍ରିୟଜୀତ ସାମଲ, ବଡଝରା ସରପଞ୍ଚ ବିମଳ ସାହୁ, ମୁକ୍ତାପଶି ସରପଞ୍ଚ ରଞ୍ଜନ ସେଠୀ, କଲଦା ସରପଞ୍ଚ ଦିଲ୍ଲୀପ ସାହୁ, ସୋସିଆଲ ମିଡ଼ିଆ ତରଣୀ ସେନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର