କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା କେନ୍ଦ୍ରାପଡା ଜିଲ୍ଲାର ଡେରାବିଶି ବ୍ଲକ ଅଂଚଳର ଜଣେ (ମନ୍ଦିର ମିସ୍ତ୍ରୀ) ନିର୍ମାଣ ଶ୍ରମିକ ତଥା ସଂଘର ସକ୍ରୀୟ ସଭ୍ୟ ମନୋଜ ପରିଡାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶ୍ରୀ ପରିଡା ଛାତିରେ ଗୁରୁତର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏସମ୍ପର୍କରେ ଖବର ପାଇ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ଭୁବନେଶ୍ୱରସ୍ଥିତ ଡାକ୍ତରଖାନାରେ ପହଂଚି ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କ ପରିବାରକୁ ଧର୍ଯ୍ୟର ସହିତ ପରିସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀଙ୍କ ସହିତ ହୃଷିକେଶ ଧଳ, ମୃତୁ୍ୟଞ୍ଜୟ ଘଡେଇ, ଭଗବାନ ବେହେରା, ପ୍ରଭାତ ବେହେରା, ପ୍ରଦୀପ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ପରିଡାଙ୍କୁ ଏଭଳି ସମୟରେ ସଂଘର ସମସ୍ତ ଶାଖା ସାହାଯ୍ୟ କରିବା ସହ ସାହାସ ଓ ସହାନୁଭୁତି ପ୍ରଦାନ କରିବାକୁ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର
