ଡାଲମିଆ ଭାରତ ସିମେଣ୍ଟ କଂପାନୀ ରୁ ନିର୍ଗତ ଗ୍ୟାସ ଗନ୍ଧ କମଛି
ରାଜଗାଙ୍ଗପୁର ୩୧/୦୭/୨୦୨୧(ଓଡ଼ିଶା ସମାଚାର/ ଦେବବ୍ରତ ମିତ୍ର )- ରାଜଗାଙ୍ଗପୁର ସ୍ଥିତ ଡାଲମିଆ ଭାରତ ସିମେଣ୍ଟ କଂପାନୀ ରୁ ନିର୍ଗତ ଗ୍ୟାସ ଗନ୍ଧ କମଛି। ଦୀର୍ଘ ଦିନ ଧରି ଡାଲମିଆ କଂପାନୀ ରୁ ନିର୍ଗତ ଗ୍ୟାସ ଦ୍ୱାରା ରାଜଗାଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳ ବାସିନ୍ଦା ଅତିଷ୍ଠ ହୋଇପଡିଥିଲେ । ବହୁ ବାର ବିଭିନ୍ନ ସଂଗଠନ, ଜନ ସାଧାରଣ ଓ ସ୍ଥାନୀୟ ଲୋକ ଏହାର ପ୍ରିତିବାଦ କରି ଆନ୍ଦୋଳନ ଜରିଆରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ।
ବିଭିନ୍ନ ଗଣମାଧ୍ୟମ ଏହାର ଖବର ପ୍ରସାରଣ କରିଥିଲେ । ମାତ୍ର କିଛି ଦିନ ପୂର୍ବେ କଂପାନୀ ର ନୂତନ ନିର୍ଦ୍ଦେଶକ ଯୋଗ ଦେବା ପରେ ପରେ ଉକ୍ତ ଗ୍ୟାସ ଦୁର୍ଗନ୍ଧ ଆଉ ଆଗପରି ବାରି ହେଉନାହି , କି ସେପରି ପରିଲକ୍ଷିତ ହେଉନାହିଁ । ଏହା କେତେ ଦିନ ରହିବ ତାହା ଜଣାପଡି ନାହିଁ। ତେବେ ଆଉ ଆଗଭଳି ନିର୍ଗତ ଗ୍ୟାସ ଗନ୍ଧ ହେଉନଥିବାରୁ ସହର ବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
Related