କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ୧୧ଟି ପରୀକ୍ଷା କେନ୍ଦ୍ରରେ ଶୁକ୍ରବାର ଠାରୁ ଅଫଲାଇନରେ ୩୭୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ରର ତଦାରଖ ପାଇଁ ଦୁଇଟି ସ୍କ୍ୱାର୍ଡ ଗଠନ କରାଯାଇଛିି । ବୋର୍ଡ ପକ୍ଷରୁ ଗୋଟିଏ ସ୍କ୍ୱାର୍ଡ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅନ୍ୟ ସ୍କ୍ୱାର୍ଡଟି ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ତଦାରଖ କରୁଛନ୍ତି । ଜିଲ୍ଲାର୧୧ଟି ପରୀକ୍ଷା କେନ୍ଦ୍ରରେ ନିୟମିତ ପରୀକ୍ଷାର୍ଥୀ ୪୦, ଏକ୍ସ ରେଗୁଲାର ୪୨ ଓ ବୋର୍ଡରେ ସିଧାସଳଖ ଫର୍ମପୂରଣ କରି ୧୦୪ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ହେଉଛନ୍ତି । ପରୀକ୍ଷା କେନ୍ଦ୍ରଗୁଡିକ ମଧ୍ୟରେ ଆଳିର ଏସ.କେ. ଦେବ ନୋଡାଲ ହାଇସ୍କୁଲ, ପଟ୍ଟାମୁଣ୍ଡାଇର କଷଣଅନ୍ଟା ପଂଚାୟତ ହାଇସ୍କୁଲ, ରାଜକନିକା ବାଳିକା ଉଚ୍ଚ ବିଦ୍ୟାଳୟ, ରାଜନଗରର ହାତିନା ଲକ୍ଷ୍ମୀବରାହ ନୋଡାଲ ହାଇସ୍କୁଲ, ଫକିରାବାଦର ରାମଚନ୍ଦ୍ର ନୋଡାଲ ହାଇସ୍କୁଲ, କେନ୍ଦ୍ରାପଡା ସରକାରୀ ହାଇସ୍କୁଲ, ଚଢେଇଗୁଆଁ ଯୁଗରୂପା ବିଦ୍ୟାପୀଠ, ମାର୍ଶାଘାଇ ବାଳିକା ହାଇସ୍କୁଲ, କୋରୁଆ ସରକାରୀ ହାଇସ୍କୁଲ ଓ ରାଜନଗରର କେରଡାଗଡର ଜଗନ୍ନାଥ ନୋଡାଲ ହାଇସ୍କୁଲ ଏବଂ ବଡପଲ୍ଲୀ ନୋଡାଲ ହାଇସ୍କୁଲ ରହିଛି । ପ୍ରତିବ୍ଲକରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ବୋର୍ଡରେ ସିଧାସଳଖ ଫର୍ମପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅଧିକ ହେବାରୁ ସେହି ବ୍ଲକରେ ତିନୋଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଆଳି ଏସ.କେ. ଦେବ ନୋଡାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଜଣେ ନିୟମିତ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪ଜଣ ଏକ୍ସ ରେଗୁଲାର ଏବଂ ୫ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ, କଷଣଅା ପଂଚାୟତ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୩ ନିୟମିତ, ୬ଏକ୍ସ ରେଗୁଲାର ଏବଂ ୯ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ, ରାଜକନିକା ବାଳିକା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୬ ନିୟମିତ, ୭ ଏକ୍ସ ରେଗୁଲାର ଏବଂ ୧୩ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ, ହାତିନାର ଲକ୍ଷ୍ମୀବରାହ ନୋଡାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୯ ନିୟମିତ ପରୀକ୍ଷାର୍ଥୀ, ୫ଏକ୍ସ-ରେଗୁଲାର ଏବଂ ୧୪ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ, ଫକିରାବାଦର ରାମଚନ୍ଦ୍ର ନୋଡାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୯ନିୟମିତ ପରୀକ୍ଷାର୍ଥୀ, ୫ ଏକ୍ସ ରେଗୁଲାର ଏବଂ ୧୩ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ, କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୪ ନିୟମିତ ପରୀକ୍ଷାର୍ଥୀ, ୧୦ ଏକ୍ସରେଗୁଲାର ଏବଂ ୨୧ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ, ଚଡେଇ ଗୁଆଁ ଯୁବରୂପା ବିଦ୍ୟାଭନବ ପରୀକ୍ଷା କେନ୍ଦ୍ରରେ ୫ ନିୟମିତ ପରୀକ୍ଷାର୍ଥୀ, ୨ଏକ୍ସ ରେଗୁଲାର ଏବଂ ୭ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ, ମାର୍ଶାଘାଇ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୮ ନିୟମିତ, ୪ଏକ୍ସ ରେଗୁଲାର ଏବଂ ୧୨ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ, କୋରୁଆ ସରକାରୀ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୭ ନିୟମିତ ଏବଂ ୭ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ, କେରଡାଗଡ ଶ୍ରୀ ଜଗନ୍ନାଥ ନୋଡାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ କେବଳ ୪୦ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ ଏବଂ ବଡପଲ୍ଲୀ ନୋଡାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୪୦ ସିଧାସଳଖ ବୋର୍ଡ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା କରାଯାଉଥିବା ପରୀକ୍ଷା ଦାୟିତ୍ୱରେ ଥିବା ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡାଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର